ଟ୍ରକ ତଳେ ବାଇକ ଆରୋହୀଙ୍କ ଜୀବନ ଗଲା

Get real time updates directly on you device, subscribe now.

କେନ୍ଦୁଝର: କେନ୍ଦୁଝରର ଲାଇଫ ଲାଇନ୍ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ଏବେ ପାଲଟିଛି ଡେଥ୍ ଜୋନ୍। ୨୦ ନମ୍ବର ଜାତୀୟ ରାଜପଥର ପଳାଶପଙ୍ଗା ଗାଁ ନିକଟରେ ଟ୍ରକ ଧକ୍କାରେ ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଝଡାପଶି ଗ୍ରାମର ହଳଧର ମହାନ୍ତ।
ଆଜି ସକାଳ ପ୍ରାୟ ଆଠଟା ସମୟରେ ହଳଧର କୌଣସି କାମରେ ୨୦ ନମ୍ବର ଜାତୀୟ ରାଜପଥରେ କେନ୍ଦୁଝର ସହର ଆଡକୁ ଆସୁଥିଲେ । ଆଉ ଠିକ ଏହି ସମୟରେ ପକାଶପଙ୍ଗା ଗାଁ ନିକଟରେ ପଛରୁ ଆସୁଥିବା ଏକ ଟ୍ରକ ତାଙ୍କୁ ପଛରୁ ଧକ୍କା ଦେଇଥିଲା । ଫଳରେ ସେ ରାସ୍ତାରେ ପଡିଯାଇଥିଲେ ଓ ଟ୍ରକଟି ତାଙ୍କ ଗୋଡ ଓ ମୋଟର ସାଇକେଲ ଉପରେ ଚଢିଯାଇଥିଲା ।
ଗୋଟିଏ ଗୋଡ ଦୁଇ ଗଡ଼ ହୋଇଯାଇଥିବା ବେଳେ ଅନ୍ୟ ଗୋଡଟି ସଂପୂର୍ଣ୍ଣ ଭାଙ୍ଗି ମାଂସ ବାହାରି ପଡିଥିଲା। ସ୍ଥାନୀୟ ଲୋକେ ହଳଧରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଟ୍ରକକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons