ଟ୍ରମ୍ପ୍ଙ୍କୁ ଚୀନ୍ର ସମାଲୋଚନା:ନିଜ ‘ପିତା ଫଳ’ ଖାଇବ ଆମେରିକା

Get real time updates directly on you device, subscribe now.

ବେଜିଂ: ଚୀନ୍ର ଉତ୍ପାଦ ଉପରେ ସାନି ଟିକସ କଷିଛି ଆମେରିକାର ଟ୍ରମ୍ପ୍ ପ୍ରଶାସନ । ଚୀନ୍ ମଧ୍ୟ ପାଲଟା ଜବାବ ଦେଇଛି । ତେବେ ଆମେରିକାର ଏଭଳି ନୀତିକୁ ଚୀନ୍ ତୀବ୍ର ସମାଲୋଚନା କରିଛି । ଆମେରିକା ଶେଷରେ ଏହାର ନିଜ ‘ପିତା ଫଳ’ ଖାଇବ ବୋଲି କହିଛି ଚୀନ୍ । ଆମେରିକା ଯେଉଁ ପ୍ରକାର ସୁରକ୍ଷାବାଦୀ ନୀତି ଧରୁଛି, ଏହା ଅନ୍ୟ ରାଷ୍ଟ୍ରଗୁଡ଼ିକୁ ପ୍ରଭାବିତ କରିବ ସତ । କିନ୍ତୁ ଦୀର୍ଘମିଆଦୀ ଭାବେ ଏହା ଶେଷରେ ଏହାର ଘରୋଇ ଅର୍ଥନୀତିକୁ ଗ୍ରାସ କରିବ । ସେହିଭଳି ଚୀନ୍ ସହ ଚାଲିଥିବା ଟାରିଫ୍ ଯୁଦ୍ଧକୁ ମଧ୍ୟ ୟୁରୋପୀୟ ନେତାମାନେ ନାପସନ୍ଦ କରିଛନ୍ତି । ଏଭଳି ନୀତି ଆମେରିକା ପାଇଁ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ ବୋଲି ସେମାନେ ଦର୍ଶାଇଛନ୍ତି ।ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଚୀନ୍ର ୫୫,୦୦୦ କୋଟି ଡଲାରର ସାମଗ୍ରୀ ଉପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟିକସ ପରିମାଣ ବୃଦ୍ଧି କରିଛନ୍ତି । ଚୀନ୍ ମଧ୍ୟ ତାହାର ଜବାବ ଦେଇଛି । ଆମେରିକାରୁ ଆସୁଥିବା ୭,୫୦୦ କୋଟି ଡଲାରର ସାମଗ୍ରୀ ଉପରେ ଟିକସ ପରିମାଣ ବୃଦ୍ଧି କରିଛି ଚୀନ୍ । ତେବେ ଆମେରିକାକୁ ସମାଲୋଚନା କରିଛନ୍ତି ଚୀନ୍ର ଜଣେ ବାଣିଜ୍ୟ ମନ୍ତ୍ରାଳୟ ମୁଖପାତ୍ର । ସେ କହିଛନ୍ତି, ଆମେରିକାର ଏଭଳି ଏକପାଖିଆ ନୀତି ଆଦୌ ଠିକ୍ ନୁହେଁ । ଅନ୍ତର୍ଜାତୀୟ ବାଣିଜ୍ୟ ଢାଞ୍ଚାକୁ ଏହା କ୍ଷତି ପହଞ୍ଚାଉଛି ।ମୁଖପାତ୍ର ଜଣକ ଟ୍ରମ୍ପ୍ଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଚୀନ୍ର ଲୋକମାନଙ୍କ ପ୍ରତିବଦ୍ଧତାକୁ ହେୟଜ୍ଞାନ କରିବା ଉଚିତ ନୁହେଁ । ବର୍ତ୍ତମାନ ଦେଖାଦେଇଥିବା ପରିସ୍ଥିତିକୁ ଦେଖି ଆମେରିକା ଏହାର ଭୁଲକୁ ସୁଧାରିବା ଆବଶ୍ୟକ । ନଚେତ୍ ଏହି ବିବାଦର କୁଫଳ ଶେଷରେ ଆମେରିକାକୁ ହିଁ ମୁଣ୍ଡାଇବାକୁ ପଡ଼ିବ । ୟୁରୋପୀୟ ପରିଷଦ ସଭାପତି ଡୋନାଲ୍ଡ ଟସ୍କ କହିଛନ୍ତି, ଚୀନ୍ ଓ ୟୁରୋପ ସହ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ ବିଶ୍ୱକୁ ଆଉ ଏକ ଆର୍ଥିକ ସଂକଟ ଭେଟିଦେଇପାରେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons