ଟ୍ରଲର ଧକ୍କାରେ ଟ୍ରକ୍ ଡ୍ରାଇଭର ମୃତ

Get real time updates directly on you device, subscribe now.

ଚୌଦ୍ୱାରା,(ବି.ବି.ନୁ୍ୟଜ୍): କଟକ ଜିଲ୍ଲା ଟାଙ୍ଗୀ ଡାଲମିଆ ସିମେଣ୍ଟ କାରଖାନା ସମ୍ମୁଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରଲର ଧକ୍କାରେ ଜଣେ ଡ୍ରାଇଭରଙ୍କ ମୃତୁ୍ୟ ଘଟିଛି । ତାଙ୍କ ନାଁ ପ୍ରେମ ରାଓ । ତାଙ୍କ ଘର ଝାଡଖଣ୍ଡର ଚମ୍ପାରଣ ଜିଲ୍ଲା ସରଗଡିଆ ଗାଁରେ । ସୂଚନାଅନୁସାରେ, ଡାଲମିଆ ସିମେଣ୍ଟ କାରଖାନାକୁ ମାଲ୍ ନେବା ପାଇଁ ଝାଡଖଣ୍ଡରୁ ଏକ ଟ୍ରକ ଆସିଥିଲା । ତେବେ ସୋମବାର ଦିନ ପ୍ରାୟ ସାଢେ଼ ୧୧ଟା ବେଳେ ଡ୍ରାଇଭର କାରଖାନା ଆଗରେ ଟ୍ରକ୍ ଛିଡ଼ାକରି ହେଲପର ସହିତ ଚାଲିଚାଲି ରାସ୍ତା ପାଖ ଏକ ଦୋକାନକୁ ଯାଉଥିଲେ । ଏହି ସମୟରେ ଏକ ଟ୍ରଲର ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ଟ୍ରକ ଡ୍ରାଇଭର ପ୍ରେମ ରାଓଙ୍କ ମୃତୁ୍ୟ ଘଟିଥିଲା । ଏଥିସହ ହେଲପର ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଟାଙ୍ଗୀ ପୋଲିସ ଘଟଣାସ୍ତଳରେ ପହଞ୍ଚô ଗୁରୁତର ହେଲପରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି । ଏଥିସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons