ଟ୍ରାକ୍ଟରରୁ ଖସି ଯୁବକ ମୃତ

Get real time updates directly on you device, subscribe now.

ବାଙ୍ଗିରିପାଷି: ଟ୍ରାକ୍ଟରରେ ଇଟା ନେଇ ଯାଉଥିବା ବେଳେ ଟ୍ରାକ୍ଟରରୁ ଖସି ଯୁବକ ମୃତ ।ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ । ଉକ୍ତ ଅଞ୍ଚଳର ଜନୈକ ଯୁବକ ଟ୍ରାକ୍ଟର ଚକ ତଳେ ଚାପି ହୋଇଯିବାରୁ ମୃତୁ୍ୟ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ ହେଉଛନ୍ତି ବାଙ୍ଗିରିପୋଷି ଥାନା ଖଇରୀବଣି ନିକଟସ୍ଥ ଝାଡ଼ପଥୁରି ଗ୍ରାମର ବାବୁଲି ସିଂ ଙ୍କ ପୁଅ କ୍ରିଷ୍ଣା ସିଂ (୨୦) ।
ଥାନାରେ ଲିଖିତ ଅଭିଯାଗ ଅନୁସାରେ, ଶନିବାର ଦିନ କ୍ରିଷ୍ଣା କୁମ୍ଭାରମୁଣ୍ଢାକଟାରୁ ଭୁଆସୁଣିକୁ ଇଟା ନେଇ ଏକ ଟ୍ରାକ୍ଟର (ଓଡ଼ି ୦୧ଡି୬୪୪୬) ଯୋଗେ ବାହାରିଥିଲା ।ସେହି ଟ୍ରାକ୍ଟରରେ କ୍ରିଷ୍ଣା ସିଂ ଓରଫ ସିଲୁ(୨୦) ଦିନମଜୁରିଆ ଭାବେ କାମ କରେ । ଭୁଆସୁଣି ପଞ୍ଚାୟତ ଅନ୍ତର୍ଗତ ପୁରୁଷତମ ଛକ ନିକଟରେ ଟ୍ରାକ୍ଟରରୁ ଖସି ପଡ଼ିଥିଲା । ଖସି ପଡିବା ଯୋଗୁଁ ଟ୍ରାକ୍ଟରର ପଛ ଚକ କ୍ରିଷ୍ଣାର ମୁଣ୍ଡରେ ଚଢ଼ି ଯାଇଥିଲା । ଘଟଣା ସ୍ଥାନରେ ତାର ମୃତୁ୍ୟ ହୋଇଥିଲା । ବାଙ୍ଗିରିପୋଷି ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ମୃତ ଦେହକୁ ଜବତ କରିବା ସହ ଥାନରେ ୧୬୨/୨୧ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons