ଟ୍ରାକ୍ଟରରୁ ଖସି ଶ୍ରମିକ ମୃତ

Get real time updates directly on you device, subscribe now.

ଦଶମନ୍ତପୁର,(ବି.ବି.ନୁ୍ୟଜ): ମୁର୍କାର ପଞ୍ଚାୟତ ଟେରାଗୁଡ଼ା ନିକଟରେ ଏକ ବାଲି ଟ୍ରାକ୍ଟରରୁ ଖସିିପଡି ଜଣେ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତକ ହେଲେ ମନ୍ଦର ଝୋଡ଼ିଆ(୨୦) । ଏ ସମ୍ପର୍କରେ ଥାନାରେ ଏକ ମାମଲା ରୁଜୁ କରାଯାଇଛି । ଶବ ଜବତ ଏବଂ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଏସ୍ଆଇ ବି.କେ. ପଣ୍ଡା କହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ବାଙ୍କାମ୍ବ ପଞ୍ଚାୟତ ଉପର କୋଡିଙ୍ଗାର କେତେକ ଶ୍ରମିକ ଏକ ଟ୍ରାକ୍ଟରରେ ବାଲି ନେବାକୁ ଆସିଥିଲେ । ବାଲି ବୋଝେଇ କରି ଫେରୁଥିବା ବେଳେ ଅସାବଧାନତାବଶତଃ ମନ୍ଦର ଗାଡ଼ିରୁ ଖସିପଡିଥିଲେ । ଗାଡ଼ି ଚକା ତାଙ୍କ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତୁ୍ୟ ହୋଇଥିବା ଗାଡ଼ି ଚାଳକ ବାପି ଝୋଡ଼ିଆ ଏବଂ ଫୁଲନ୍ତ ଝୋଡ଼ିଆ କହିଛନ୍ତି । ଖବରପାଇ ପୁଲିସ ପହଞ୍ଚି ଶବ ବ୍ୟବଚ୍ଛେଦ ଲାଗି ପଠାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons