ଟ୍ରାକ୍ଟର ଓଲଟିଲା: ୩୦ ଆହତ, ୯ ଗୁରୁତର

Get real time updates directly on you device, subscribe now.

ମୋହନା, (ବି.ବି.ନୁ୍ୟଜ୍): ଶନିବାର ସନ୍ଧ୍ୟାରେ ମୋହନା ଥାନା ଅଧୀନ ଜିରାଙ୍ଗ ପଞ୍ଚାୟତର ଡରାବ ଗ୍ରାମ ନିକଟରେ ଟ୍ରାକ୍ଟର ଓଲଟି ୩୦ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୯ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କ ଘର ଡରାବ ଗ୍ରାମରେ ବୋଲି ଜଣାପଡ଼ିଛି । ଗୁରୁତର ଆହତମାନେ ହେଲେ ସନ୍ୟାସୀ ରଇତ, କୈଳାସ ରଇତ, ଚିନ୍ମଇ ପାଇକ, ଗୁଡ଼ି ପାଇକ, ରମ୍ଭା ପାଇକ, ପଦ୍ମା ପାଇକ, ଫୁଲ ପାଇକ, ରଜନୀ ଶବର, କିଶ୍ୱର ଶବର ପ୍ରମୁଖ ରହିଛିନ୍ତି । ସମସ୍ତ ଆହତଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ୭ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର ଉଲାଶ ରାଉତ କହିଛନ୍ତି । ମୋହନା ଥାନା ଓ ଚନ୍ଦ୍ରଗିରି ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ଡରାବ ଗ୍ରାମର ୩୦ଜଣ ମହିଳା ଓ ପୁରୁଷ ତିବ୍ଦତୀୟ କ୍ୟାମ୍ପ୍ ନଂ ୪ର ବୁୟାନଙ୍କ ମକା ଚାଷ କାମ କରିବାକୁ ଯାଇଥିଲେ । ସେଠାରୁ କାମସାରି ସନ୍ଧ୍ୟାରେ ଟ୍ରାକ୍ଟର୍ ଯୋଗେ ଫେରୁଥିଲେ । ଏ ସମୟରେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗାଁ ଠାରୁ କିଛି ଦୂରରେ ଥିବା ଶଗଡ଼ି ଘାଟିରେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା । ଫଳରେ ଏଥିରେ ବସିଥିବା ସମସ୍ତେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ମୋହନା ଥାନା ଓ ଚନ୍ଦ୍ରଗିରି ଫାଣ୍ଡି ପୁଲିସ ପହଞ୍ଚô ତଦନ୍ତ ଆରମ୍ଭ କରିଥିବା ଥାନାଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି । ଆହତଙ୍କୁ ଡାକ୍ତର ତନ୍ମୟ ବିଶ୍ୱାଳ, ଚିନ୍ମୟୀ ବିଶ୍ୱାଳ, ଜୟକୃଷ୍ଣ ସେଠୀ ପ୍ରମୁଖ ଚିକିତ୍ସା କରୁଛନ୍ତି । ଚନ୍ଦ୍ରଗିରି ଡାକ୍ତରଖାନାରେ ମୋହନା ଥାନାଧିକାରୀ, ଚନ୍ଦ୍ରଗିରି ଫାଣ୍ଡି ଅଧିକାରୀ ଗୋବିନ୍ଦ କହଁର, ଜିରାଙ୍ଗ ସରପଞ୍ଚ ଟଙ୍କଧର ରଣସିଙ୍ଗ ଉପସ୍ଥିତ ରହି ଚିକିତ୍ସାର ତଦାରଖ କରୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons