ନବରଙ୍ଗପୁର: ରାଇଘର ବ୍ଲକ୍ ବୋବେଇ ପଞ୍ଚାୟତର ବୈପାରୀଡିହି ଗାଁ ନିକଟରେ ଏକ ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତୁ୍ୟ ହୋଇଛି । ମୃତକ ହେଉଛନ୍ତି ଗୋବିନ୍ଦ ଗଣ୍ଡ । ତାଙ୍କ ଘର ବରଗାଁ ଗାଁରେ । ଗତ ତିନି ଦିନ ଧରି ଗୋବିନ୍ଦ ଉଦୟପୁର ଓ ମହଣ୍ଡ ଗାଁକୁ ଟ୍ରାକ୍ଟର ଯୋଗେ ଚାଷ କାମ କରିବାକୁ ଯାଇଥିଲେ । କାମ ସାରି ରବିବାର ସକାଳେ ଫେରିବା ବେଳକୁ ବୌପାରୀଡିହି ଗାଁ ନିକଟରେ ଟ୍ରାକ୍ଟର ନିୟନ୍ତ୍ରଣ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଥିଲା । ଏହି ସମୟରେ ଟ୍ରାକ୍ଟର ତଳେ ଚାପି ହୋଇ ଗୋବିନ୍ଦଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା ।
ରିପୋର୍ଟ : ଗଗନ ଗନ୍ତାୟତ
Comments are closed, but trackbacks and pingbacks are open.