ମାଲକାନଗିରି:ମଝିରାସ୍ତାରେ ଖରାପ ହୋଇ ପଡ଼ି ରହିଥିବା ଟ୍ରାକ୍ଟର ଡାଲାରୋ ଏକ ଲୁନା ପିଟିହୋଇ ଜଣଙ୍କର ମୃତୁ୍ୟ ହେବା ସହିତ ଲୁନାରେ ବସିଥିବା ଜଣେ ଯୁବକ ଆହତ ହୋଇଛନ୍ତି । ଆଉ ଏକ ବୋଲେରୋ ଧକ୍କା ଲାଗି ୨ଜଣ ଗୁରୁତର ଆହତ ହୋଇଛନ୍ତି । ଏମିତି ଦୁର୍ଘଟଣା ଘଟିଛି ମାଲକାନଗିରି ମୋଟୁ ୩୨୬ ନମ୍ବର ଜାତୀୟ ରାଜପଥ ଏମଭି-୭୯ ଥାନା ଏମଭି୭୨ ଗ୍ରାମ ବିଏସଏଫ କ୍ୟାମ୍ପ ନିକଟରେ । ପୁଲିସ ସୁଚନା ଅନୁଯାୟୀ, ଗତକାଲି ଅପରାହ୍ନରେ ଏମଭି୭୨ ଗ୍ରାମର ମନି ମଣ୍ଡଳଙ୍କ ଟ୍ରାକ୍ଟର ପଥର ଚିପ୍ସ ବୋଝେଇ କରି ଗ୍ରାମକୁ ଆଣୁଥିବା ବେଳେ ବିଏସଏଫ କ୍ୟାମ୍ପ କୁମ୍ଭାରପଡା ଛକ ଠାରେ ଟ୍ରାକ୍ଟର ଡାଲା ଚକର ବେରିଂଭାଙ୍ଗି ଯାଇଥିଲା । ଡ୍ରାଇଭର ରାସ୍ତା ମଝିରେ ଚିପ୍ସ ବୋଝେଇ ଟ୍ରାକ୍ଟରକୁ ଛାଡ଼ି ଦେଇ ଘରକୁ ପଳାଇଥିଲେ । ସନ୍ଧ୍ୟାରେ ଏମଭି୧୨୬ ଗ୍ରାମର ବ୍ରଜେନ ମଣ୍ଡଳ(୫୬) ନାମକ ଜଣେ ବ୍ୟକ୍ତି ତାଙ୍କର ସାଙ୍ଗ ଜଗା ମଣ୍ଡଳ ସହ ଏକ ଲୁନାରେ ଏମଭି୭୨ ଗ୍ରାମକୁ ତ୍ରିନାଥ ମେଳାର ଭୋଗ ଦେବାକୁ ଯାଉଥିଲେ । ରାସ୍ତା ମଝିରେ ଟ୍ରାକ୍ଟର ରହିଥିବା ଜାଣି ନପାରି ଟ୍ରାକ୍ଟର ଡାଲାରେ ଲୁନା ପିଟି ହୋଇ ଯାଇଥିଲା । ଦୁହେଁ ଦୁରକୁ ଛିଟିକି ପଡି ଆହତ ହୋଇଥିଲେ । ସେହି ରାସ୍ତାରେ ଯାଉଥିବା କିଛି ଲୋକ ଏହାଦେଖି ସଙ୍ଗସଙ୍ଗେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି କାଲିମେଳା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲେ । ଚିକିତ୍ସା ପୂର୍ବରୁ ବ୍ରଜେନ ମଣ୍ଡଳଙ୍କ ମୃତୁ୍ୟ ହୋଇ ଯାଇଥିଲା । ତାଙ୍କର ସାଙ୍ଗ ଜଗା ଗୁରୁତର ଆହତ ହୋଇ ଚିକିିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣା ଘଟିବାର କିଛି ସମୟରେ ପରେ ରାତ୍ର ୯ଟାରେ ସେହି ରାସ୍ତାରେ ଏମଭି ୮୧ ଗ୍ରାମର ଗୋପାଳ ରାୟ ଓ ତାଙ୍କର ଜଣେ ବନ୍ଧୁ ଏକ ବୋଲେରୋରେ ଯାଉଥିବା ବେଳେ ରାସ୍ତା ମଝିରେ ପଡ଼ି ରହିଥିବା ଟ୍ରାକ୍ଟର ଡାଲାରେ ପିଟି ହୋଇ ଯାଇଥିଲେ । ଫଳରେ ବୋଲେରୋ ଗାଡ଼ିର ଆଗ ଭାଗ କ୍ଷତିଗ୍ରସ୍ତ ହୋଇ ଯାଇଥିଲା । ଗାଡିରେ ଥିବା ଗୋପାଳ ଓ ତାଙ୍କର ବନ୍ଧୁ ଗୁରୁତର ଆହତ ହୋଇଥିଲେ । ନିକଟରେ ଥିବା ଗ୍ରାମବାସୀ ସଙ୍ଗେ ସଙ୍ଗେ ସେମାନଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଜଣାଇ ଥିଲେ । ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ଆନ୍ଧ୍ରର ଭଦ୍ରାଚଳମ୍ ହସ୍ପିଟାଲକୁ ପଠାଇଦିଆ ଯାଇଛି । ଘଟଣାସ୍ଥଳରେ ଥାନା ଅଧିକାରୀ ଅଶୋକ କୁମାର ବିଶୋୟୀ,ଏଏସଆଇ ରମେଶଚନ୍ଦ୍ର ନାୟକ ତାଙ୍କ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚô ଟ୍ରାକ୍ଟର ଓ ବୋଲେରୋ ଜବତ କରିବା ସହିତ ରାସ୍ତାରୁ ଦୁଇଟି ଗାଡ଼ିକୁ ହଟାଇ ଦେଇଥିଲେ । ଏମଭି୭୯ ଥାନା କେସ ନମ୍ବର ୫୫/୨୦୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.