ଟ୍ରାକ୍ଟର ଦୁର୍ଘଟଣାରେ ଜଣେ ମୃତ, ମୃତକ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର

Get real time updates directly on you device, subscribe now.

ଗୁଣୁପୁର : ରାୟଗଡା ଜିଲ୍ଲା ଗୁଣୁପୁର ଇସାର ପେଟ୍ରୋଲ ପମ୍ପ ନିକଟରେ ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ଧକ୍କା ଯୋଗୁଁ ଜଣ ଙ୍କର ମୃତ୍ୟୁ ଘଟିଛି। ମୃତକ ବି ଆର ସି ଠିକା କମ୍ପାନୀର ଶ୍ରମିକ ପି ରାଵଣା ବୋଲି ଜଣାପଡିଛି । ଗୁରୁତର ରାବଣାଙ୍କୁ ଆମ୍ବୁଲାନ୍ସ ଯୋଗେ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ପି ରାବଣା ଶ୍ରୀକାକୁଲମ ଜିଲ୍ଲାର ରାଣସ୍ତାନମ ଗ୍ରାମ ର ବାସିନ୍ଦା । ସେ ଦିର୍ଘ ଦିନ ଧରି ବି ଆର ସି କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। କାମକୁ ଯିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଗୁଣୁପୁର ପୋଲିସ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଓ ବାଇକ୍ ଜବତ କରିବା ସହ ମୃତ ଶରୀରକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons