ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ଟ୍ରକ: ୨ ମୃତ

Get real time updates directly on you device, subscribe now.

ଗଞ୍ଜାମ: ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାମିଲନାଡୁର ନାଥନ ସୁବ୍ରମନ୍ୟମ ଓ ମଧମ କୁମାର ମୁଥୁଗଞ୍ଜନ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ଅନ୍ତନରାୟପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ଶନିବାର ରାତିରେ ଅନ୍ତନରାୟପୁର ଗାଁରେ ପହଞ୍ଚି ଏକ ଟ୍ରକ ମାଛ ଲୋଡ଼ କରିବା ପାଇଁ ପାର୍କିଂ ସ୍ଥାନକୁ ଯାଉଥିଲା । ଏହି ସମୟରେ ହେଲପର ଗାଡିରୁ ଓହ୍ଲାଇ ବ୍ୟାକ୍ କରାଇବାରେ ସହାୟତା କରୁଥିଲେ। ଅନ୍ଧାରରେ ଟ୍ରାନ୍ସଫର୍ମରଟି ନ ଦିଶିବାରୁ ତାହାକୁ ଧକ୍କା ଦେଇଥିଲା ଟ୍ରକ। ଫଳରେ ହେଲ୍‌ପର୍‌ ଜଣଙ୍କ ବିଦ୍ୟୁତ ଆଘାତ ଲାଗି ତଳେ ପଡ଼ିଯାଇଥିଲେ। ହେଲ୍‌ପର ଜଣଙ୍କ ତଳେ ପଡିଯିବା ଦେଖି ଗାଡିରୁ ଓହ୍ଲାଇଥିଲେ ଡ୍ରାଇଭର ଓ ସୁପରଭାଇଜର । ଉଭୟେ ଗାଡ଼ିର ଡୋରକୁ ଧରିବାରୁ ବିଦ୍ୟୁତ ଆଘତ ଲାଗି ଦୁଇ ଜଣ ତଳେ ପଡିଯାଇଥିଲେ । ଖବର ପାଇ ତୁରନ୍ତ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗ ଓ ପୋଲିସ ସହାୟତାରେ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଡ୍ରାଇଭର ଓ ସୁପରଭାଇଜରଙ୍କୁ ମୃତ ଘୋଷଣା କରିଥିବା ବେଳେ ହେଲ୍‌ପର୍ ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସିତ ହେଉଥିବା ଜଣାପଡିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons