
ଗଞ୍ଜାମ: ଟ୍ରାନ୍ସଫର୍ମରକୁ ଧକ୍କା ଦେଲା ମାଛ ବୋଝେଇ ଟ୍ରକ । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାମିଲନାଡୁର ନାଥନ ସୁବ୍ରମନ୍ୟମ ଓ ମଧମ କୁମାର ମୁଥୁଗଞ୍ଜନ ବୋଲି ଜଣାପଡିଛି । ଗଞ୍ଜାମ ଜିଲ୍ଲା ଅନ୍ତନରାୟପୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ଖବର ଅନୁଯାୟୀ, ଶନିବାର ରାତିରେ ଅନ୍ତନରାୟପୁର ଗାଁରେ ପହଞ୍ଚି ଏକ ଟ୍ରକ ମାଛ ଲୋଡ଼ କରିବା ପାଇଁ ପାର୍କିଂ ସ୍ଥାନକୁ ଯାଉଥିଲା । ଏହି ସମୟରେ ହେଲପର ଗାଡିରୁ ଓହ୍ଲାଇ ବ୍ୟାକ୍ କରାଇବାରେ ସହାୟତା କରୁଥିଲେ। ଅନ୍ଧାରରେ ଟ୍ରାନ୍ସଫର୍ମରଟି ନ ଦିଶିବାରୁ ତାହାକୁ ଧକ୍କା ଦେଇଥିଲା ଟ୍ରକ। ଫଳରେ ହେଲ୍ପର୍ ଜଣଙ୍କ ବିଦ୍ୟୁତ ଆଘାତ ଲାଗି ତଳେ ପଡ଼ିଯାଇଥିଲେ। ହେଲ୍ପର ଜଣଙ୍କ ତଳେ ପଡିଯିବା ଦେଖି ଗାଡିରୁ ଓହ୍ଲାଇଥିଲେ ଡ୍ରାଇଭର ଓ ସୁପରଭାଇଜର । ଉଭୟେ ଗାଡ଼ିର ଡୋରକୁ ଧରିବାରୁ ବିଦ୍ୟୁତ ଆଘତ ଲାଗି ଦୁଇ ଜଣ ତଳେ ପଡିଯାଇଥିଲେ । ଖବର ପାଇ ତୁରନ୍ତ ଗ୍ରାମବାସୀମାନେ ବିଦ୍ୟୁତ ବିଭାଗ ଓ ପୋଲିସ ସହାୟତାରେ ସମସ୍ତଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତି କରିଥିଲେ। ସେଠାରେ ଡାକ୍ତର ଡ୍ରାଇଭର ଓ ସୁପରଭାଇଜରଙ୍କୁ ମୃତ ଘୋଷଣା କରିଥିବା ବେଳେ ହେଲ୍ପର୍ ଗୁରୁତର ଅବସ୍ଥାରେ ଏମକେସିଜିରେ ଚିକିତ୍ସିତ ହେଉଥିବା ଜଣାପଡିଛି।


Comments are closed, but trackbacks and pingbacks are open.