କୁଚିଣ୍ଡା: ଜମିବାଡି ଚାଲିଗଲା ୩ ଜଣଙ୍କ ଜୀବନ। ଧାରୁଆ ଅସ୍ତ୍ରରେ ଝିଅ, ଜ୍ବାଇଁ ଏବଂ ମାଆଙ୍କୁ ହାଣି ହତ୍ୟା କଲା ପଡୋଶୀ। ଶେଷରେ ଗାଁ ମଶାଣୀରେ ଜଳିଲା ତିନିଜଣଙ୍କ ମୃତଦେହ। ସ୍ଥାନୀୟ ଅଞ୍ଚଳରେ ଖେଳିଗଲା ଶୋକର ଛାୟା। ଅଭିଯୁକ୍ତ ବାପ-ପୁଅଙ୍କ ପାଇଁ କେସ୍ ନ ଲଢ଼ିବାକୁ କୁଚିଣ୍ଡା ବାର୍ ଆସସୋସିଏସନ୍କୁ ଅନୁରୋଧ କଲେ ମୃତ ଗିରିଧାରୀଙ୍କ ପୁଅ ସଚିନ୍।
ମିଳିଥିବା ସୂଚନା ମୁତାବକ ଏହି ଗ୍ରାମ ଦୁଇ ପଡୋଶୀ ପିରବାତୀ ବେହେରା ଓ ନବୀନ ଦେହୁରୀଙ୍କ ପରିବାର ମଧ୍ୟରେ ବହୁ ଦିନରୁ ଝଗଡା ଲାଗି ଆସୁଥିଲା । ଗତକାଲି ଅପରାହ୍ନରେ ଧାନ କାଟିବାକୁ ପିରବତୀ ତାଙ୍କ ଝିଅ ସାବିତ୍ରୀ ଓ ଜ୍ୱାଇଁ ଗିରିଧାରୀ ବାହାରି ଥିବାବେଳେ ଗିରିଧାରୀ ଆଗ ବିଲକୁ ଚାଲି ଯାଇଥିଲେ କ୍ଷ ପିରବତୀ ଓ ତାଙ୍କ ଝିଅ ସାବିତ୍ରୀ ଘରୁ ବାହାରି ଯିବା ବେଳେ ନବୀନ ଓ ତାଙ୍କ ପୁଅ ହେମାନନ୍ଦ ଟାଙ୍ଗିଆରେ ତାଙ୍କୁ ହତ୍ୟା କରିଥିଲେ କ୍ଷ ଏଥି ସହ ଜ୍ୱାଇଁ ଗିରିଧାରୀଙ୍କୁ ବିଲରେ ଯାଇ ହତ୍ୟା କରିଥିଲେ କ୍ଷ
ଗାଁ ଦାଣ୍ଡ ରକ୍ତ ରଂଜିତ ହୋଇ ଯାଇଥିବା ବେଳେ ମହୁଲପାଲି ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ହତ୍ୟାକାରୀଙ୍କୁ ଗିରଫ କରିଥିଲା କ୍ଷ ପିରବତୀଙ୍କ ଘରେ ଥିବା ଦୁଇ ଛୁଆ ଓ ଅସହାୟ ବୃଦ୍ଧାଙ୍କ ଥଇଥାନ ଓ ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡାଦେଶ ପାଇଁ ଗ୍ରାମବାସୀ ଦାବି କରିଛନ୍ତି କ୍ଷ ଏଥି ସହ ମୃତ ଗିରିଧାରୀଙ୍କ ପୁଅ ସଚିନ ହତ୍ୟାକାରୀଙ୍କ ମାମଲା କୌଣସି ଓକିଲ ନ ଲଢ଼ିବାକୁ କୁଚିଣ୍ଡା ଓକିଲ ସଂଘ କୁ ଅନୁରୋଧ କରିଛନ୍ତି କ୍ଷ ଲଫଡା ଗାଁ ମଶାଣୀରେ ତିନି ମୃତକଙ୍କ ଜୁଇ ଜାଳି ଥିବା ବେଳେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛନ୍ତି କ୍ଷ


Comments are closed, but trackbacks and pingbacks are open.