ଢେଙ୍କାନାଳ,(ବି.ବି.ନୁ୍ୟଜ): ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ରୋଡ୍ ଷ୍ଟେସନ୍ ନିକଟରେ ଶୁକ୍ରବାର ଅପରାହ୍ନରେ ଘଟିଛି ଅଭାବନୀୟ ଘଟଣା । ଭୁବନେଶ୍ୱର-ରାଉରକେଲା ସୁପରଫାଷ୍ଟ୍ ଏrପ୍ରେସ୍ ଟ୍ରେନ୍ରେ କଟି ଘଟଣାସ୍ଥଳରେ ୩୧ ମଇଁଷିଙ୍କର ଶୋଚନୀୟ ମୃତୁ୍ୟ ହୋଇଛି । ଏକ ସମୟରେ ଏତେ ସଂଖ୍ୟକ ମଇଁଷି ମୃତ୍ୟକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି । ମଇଁଷିଗୁଡ଼ିକର ମୃତୁ୍ୟ ଯୋଗୁଁ ଆନୁମାନିକ ମୂଲ୍ୟ ୬ ରୁ ୭ ଲକ୍ଷ ଟଙ୍କା କ୍ଷତି ହେଲା ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, ଢେଙ୍କାନାଳ ସଽର ଥାନା ଗୋବିନ୍ଦପୁର ଗ୍ରାମର ସନ୍ତୋଷ ସ୍ୱାଇଁ ଚାଷବାସ କରନ୍ତି । ତାଙ୍କର ଗାଈ, ମଇଁଷି ଆଽି ରହିଛି । ସବୁଽିନ ପରି ଶୁକ୍ରବାର ପୂର୍ବାହ୍ନରେ ଗୋବିନ୍ଦପୁର ଗ୍ରାମର ଡାକ ବେହେରା ସନ୍ତୋଷଙ୍କର ୩୧ଟି ମଇଁଷିକୁ ନିକଟସ୍ଥ ଜଙ୍ଗଲ ଓ ବିଲମାଳକୁ ଚରାଇବାକୁ ନେଇଥିଲେ । ଅପରାହ୍ନରେ ଗୋଠକୁ ଫେରୁଥିଲେ । ମଇଁଷିଗୁଡିକ ଯୋରନ୍ଦା ରୋଡ୍ ଷ୍ଟେସନ୍ ରେଳଧାରଣା ପାର୍ ହେଉଥିବା ବେଳେ ଅପରାହ୍ନ ପ୍ରାୟ ୩ ଟା ୮ ମିନିଟ୍ ସମୟରେ ଡାଉନ୍ ଲାଇନ୍ େଽଇ ଫେରୁଥିବା ୦୨୮୬୨ ନମ୍ବର ବିଶିଷ୍ଟ ଭୁବନେଶ୍ୱର-ରାଉରକେଲା ସୁପରଫାଷ୍ଟ୍ ଏrପ୍ରେସ୍ (କୋଭିଡ୍ ୧୯ ସୁପରଫାଷ୍ଟ୍ ସ୍ପେସିଆଲ୍) ମଇଁଷି ପଲ ଉପରେ ଚଢ଼ି ଯାଇଥିଲା । ଟ୍ରେନ୍ର ବେଗ ଏତେ ଽ୍ରୁତ ଥିଲା ଯେ ମଇଁଷି ପଲକୁ ପ୍ରାୟ ୧୦୦ ରୁ ୨୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଥିଲା । କ୍ଷତବିକ୍ଷତ ହୋଇ ୩୧ଟି ମଇଁଷି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହି ଘଟଣା ପ୍ରସାରିତ ହେବାପରେ ଗୋବିନ୍ଦପୁର ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଽୁର୍ଘଟଣା ଘଟାଇବା ପରେ ଟ୍ରେନ୍ଟି ଢେଙ୍କାନାଳ ମୁଖ୍ୟ ଷ୍ଟେସନ୍ରେ ରିପୋର୍ଟିଂ କରିଥିଲା । ସେଠାରେ ପ୍ରାୟ ୪୦ ମିନିଟ୍ ଟ୍ରେନ୍ଟି ଅଟକି ରହିବା ପରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଗସ୍ତ କରିଥିଲା । ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ମଇଁଷିଗୁଡ଼ିକ ବିଲମାଳରେ ପଡ଼ି ରହିଛନ୍ତି । ଏହି ଽୁର୍ଘଟଣାରେ ବଡଧରଣର କ୍ଷତିକୁ ନେଇ ଚାଷୀ ସନ୍ତୋଷ ସ୍ୱାଇଁ ଭାଙ୍ଗି ପଡ଼ିଛନ୍ତି ।
Comments are closed, but trackbacks and pingbacks are open.