ଟ୍ରେନରେ କଟି ୨ ଶ୍ରମିକ ମୃତ

Get real time updates directly on you device, subscribe now.

ଜଳେଶ୍ୱର,(ବି.ବି.ନୁ୍ୟଜ୍): ଜଳେଶ୍ୱର ଷ୍ଟେସନ ନିକଟରେ ଟ୍ରେନରେ କଟି ୨ ଜଣ ଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତ ଶ୍ରମିକଦ୍ୱୟ ହେଲେ ପଶ୍ଚିମବଙ୍ଗ ଅଞ୍ଚଳର ବାବୁ ଗିରି (୩୨), ନିତାଇ ମାନ୍ନା (୫୦) । ଶନିବାର ରାତି ୮ଟା ବେଳେ ଉଭୟେ କାମ ସାରି ଘରକୁ ଫେରୁଥିବା ବେଳେ ଅଘଟଣ ଘଟିଥିଲା ।
ଘଟଣାରୁ ପ୍ରକାଶ, ଜଳେଶ୍ୱର-ଚନ୍ଦନେଶ୍ୱର ରାସ୍ତାର ନୂଆବଜାରଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜ୍ର ସେମାନେ କାମ କରୁଥିଲେ । କାମ ସାରି ସବୁଦିନ ପରି ଶନିବାର ରାତି ୮ଟା ବେଳେ ଘରକୁ ଯିବାକୁ ଷ୍ଟେସନ ଯାଉଥିଲେ । ଅପ୍ ଲାଇନ୍ରେ ଚାଲିଚାଲି ଷ୍ଟେସନ ଆସୁଥିବା ବେଳେ ସେହି ଲାଇନ୍ରେ ପାଟଣା-ଏରାନାକୁଲମ ଟ୍ରେନ ଆସୁଥିଲା । ହେଲେ ଟ୍ରେନ ଆସୁଥିବା ବାବୁ ଓ ନିତାଇ ଜାଣିପାର୍ନଥିଲେ । ଟ୍ରେନ ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସେମାନଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଏନେଇ ଜିଆର୍ପି ମାମଲା ରୁଜୁ କରି ଶବ ବ୍ୟବଛେଦ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons