ଟ୍ରେନ୍ରୁ ଚୋରି ହେଲା ୨୫୦ ବସ୍ତା ସାର

Get real time updates directly on you device, subscribe now.

ବଲାଙ୍ଗୀର, (ବି.ବି.ନୁ୍ୟଜ୍): ବଲାଙ୍ଗିର ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ରୁ ୨୫୦ ବସ୍ତା ସାର ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏନେଇ କମ୍ପାନୀ ପକ୍ଷରୁ ବଲାଙ୍ଗିର ଥାନାରେ ଅଭିଯୋଗ କରାଯାଇଛି । ସୂଚନା ଅନୁସାରେ, ଏକ ମାଲବାହୀ ଟ୍ରେନ ବିଶାଖାପାଟନମରୁ ପୋଟାସ ପ୍ରାଇଭେଟ ଲିମିଟେଡର ସାର ବସ୍ତା ନେଇ ଗତକାଲି ସକାଳେ ବଲାଙ୍ଗିର ଷ୍ଟେସନରେ ପହଞ୍ଚôଥିଲା । ଆଜି ସକାଳେ କମ୍ପାନୀର କର୍ମଚାରୀ ସାର ବସ୍ତାକୁ ଆଣିବାକୁ ଗଲା ବେଳେ ତିନୋଟି ବଗିର ସିଲ୍ ଖୋଲା ଯାଇଥିବା ଦେଖିବାକୁ ପାଇଥିଲେ । ପ୍ରାୟ ତିନୋଟି ବଗିରୁ ୨୫୦ ବସ୍ତା ସାର ଚୋରି ହୋଇଥିବା କର୍ମଚାରୀ ଦେଖଇଥିଲେ । ଏନେଇ କର୍ମଚାରୀ ମାନେ ବଲାଙ୍ଗିର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଗତକାଲି ରାତିରେ କେହି ଟ୍ରେନ୍ରୁ ସାର ଚୋରି କରିନେଇଥିବା ସନେ୍ଦହ କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons