ଟ୍ରେନ୍ରେ ଫେରିଲେ ୧୨ଶହ ପ୍ରବାସୀ ଓଡ଼ିଆ

Get real time updates directly on you device, subscribe now.

ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ଓଡ଼ିଶା ଫେରିଲେ ଆଉ ୧୨ ଶହ ପ୍ରବାସୀ ଓଡ଼ିଆ । କେରଳ ଏର୍ଣ୍ଣାକୁଲମରୁ ଏକ ସ୍ୱତନ୍ତ୍ର ଟ୍ରେନ୍ ଯୋଗେ ସେମାନେ ବ୍ରହ୍ମପୁର ଉପକଣ୍ଠ ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିଲେ । ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ପରେ ପ୍ରାୟ ୩୦ଟି ସ୍ୱତନ୍ତ୍ର ବସ୍ ଯୋଗେ ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଯାଇଛି । ନିଜ ନିଜ ଅଞ୍ଚଳରେ ପହଞ୍ଚିବା ପରେ ସମସ୍ତଙ୍କୁ କରେଣ୍ଟଟାଇନ୍ରେ ରଖାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ତେବେ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆହୁରି ୨ଟି ଟ୍ରେନ୍ ସୁରଟରୁ ଆସୁଥିବା ସୂଚନା ମିଳିଛି । ଲକ୍ଡାଉନ୍ ଯୋଗୁଁ ଲକ୍ଷ ଲକ୍ଷ ଓଡ଼ିଆ ରାଜ୍ୟ ବାହାରେ ଫସି ରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons