ବସ୍ତା,(ବି.ବି.ନୁ୍ୟଜ): ନୂଆଗାଁ ମୟୂରଭଞ୍ଜ ରୋଡ୍ ରେଳଷ୍ଟେସନ ନିକଟବର୍ତ୍ତୀ ଧେନୁଖୋଜା ଗ୍ରାମ ନିକଟରେ ଟ୍ରେନ୍ରେ କଟି ୩ବର୍ଷର ଶିଶୁପୁତ୍ର ସହ ମା’ର ମୃତୁ୍ୟ ଘଟିଛି । ଏଭଳି ହୃହୟ ବିଦାରକ ଘଟଣା ସ୍ଥାନୀୟ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।
ଘଟଣାରୁ ପ୍ରକାଶ, ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପଳାସିଆ ଗ୍ରାମର ମନ୍ମଥ ପରିଡ଼ାଙ୍କ ଝିଅ ରୀତାରାଣୀ ଏହି ଥାନା ଅନ୍ତର୍ଗତ ଦୁଧହଂସା ପଞ୍ଚାୟତର ଚଇନବାଟି ଗ୍ରାମର ନଗେନ ସେନାପତିଙ୍କୁ ୪ବର୍ଷ ପୂର୍ବରୁ ବିବାହ ହୋଇଥିଲେ । କିଛିଦିନ ଧରି ରୀତାରାଣୀ ତାଙ୍କ ବାପଘର ପଳାସିଆ ଗ୍ରାମରେ ରହି ଆସୁଥିଲେ । ଶନିବାର ସକାଳେ ରୀତାରାଣୀ ତାଙ୍କ ୩ବର୍ଷର ପୁଅ ପ୍ରକାଶକୁ ଧରି ନୂଆଗାଁ ରେଳଷ୍ଟେସନ ନିକଟସ୍ଥ ଅଭିମୁଖେ ଯାଇଥିଲେ । ପରେ ଭୁବନେଶ୍ୱରରୁ ହାଓଡ଼ା ଅଭିମୁଖେ ଆସୁଥିବା ଇଷ୍ଟ୍କୋଷ୍ଟ୍ ଏrପ୍ରେସ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି କେତେକ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ରେଳବାଇ ପୁଲିସ ଦୁଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି । ଏ ବାବଦରେ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ସ୍ୱାମୀ ତେଲ ଛଣା କାରିଗର ଥିବାବେଳେ ପରିବାରରେ ଆର୍ଥିକ ସଂକଟ ସର୍ବଦା ଲାଗି ରହୁଥିଲା ବୋଲି ଚଇନବାଟି ଗ୍ରାମବାସୀ କହିଛନ୍ତି । ତେବେ କେଉଁ କାରଣରୁ ରୀତାରାଣୀ ତାଙ୍କର ଶିଶୁ ପୁତ୍ରକୁ ଧରି ଏଭଳି କଠୋର ନିଷ୍ପତ୍ତ ନେଲେ, ଏହାର କାରଣ ଜଣାପଡ଼ିନାହିଁ ।
Comments are closed, but trackbacks and pingbacks are open.