ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ): ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ରେ ଘଟିଛି ଅଘଟଣ! ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍ ଉପରକୁ ଚଢ଼ି ସେଲ୍ଫି ନେଉଥିବା ବେଳେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ଜଣେ ନାବାଳକ ଜଳି ଯାଇଛନ୍ତି । ଅଗ୍ନିକାଣ୍ଡ ଯୋଗୁ ଟ୍ରେନ୍ରେ ମଧ୍ୟ ନିଅାଁ ଲାଗି ଯାଇଥିଲା । ସ୍ଥାନୀୟ ଅଗ୍ନିଶମ ବିଭାଗ ପହଞ୍ଚô ନିଅାଁକୁ ଆୟତ୍ତ କରିଛି । ପାରଳାଖେମୁଣ୍ଡି ପୁଲିସ ଓ ଜିଆର୍ପି ପୁଲିସ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ମୃତ ନାବାଳକ ପାରଳାଖେମୁଣ୍ଡି ଗୌରଚନ୍ଦ୍ର ସାହିର ଚାଣ୍ଟି ଭୀଷ୍ମଙ୍କ ପୁଅ ଚାଣ୍ଟି ସୂର୍ଯ୍ୟ କୁମାର (୧୭) ବୋଲି ପୁଲିସ ଜାଣିବାକୁ ପାଇଛି ।
ପୁଲିସ ସୂଚନା ଅନୁଯାୟୀ, କରୋନା କଟକଣା ଯୋଗୁ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ ରହିଥିବା ବେଳେ ମୁଖ୍ୟ ଲାଇନ୍ ଉପରେ ସବୁ ଟ୍ରେନ୍ ରହିବା ସମ୍ଭବ ନୁହେଁ । ତେଣୁ ନୌପଡ଼ା-ଗୁଣପୁର ରେଳପଥରେ ଏକାଧିକ ଟ୍ରେନ୍କୁ ଆଣି ରଖାଯାଇଛି । ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ର ଅନତି ଦୂରରେ ମଧ୍ୟ ଏକ୍ ଟ୍ରେନ ଅଟକି ରହିଛି । ବୁଧବାର ସନ୍ଧ୍ୟାରେ ୫ଜଣ ପିଲା ଟ୍ରେନ୍ ନିକଟରେ ସେଲ୍ଫି ନେଉଥିଲେ । ତେବେ ସେମାନଙ୍କ ମଧ୍ୟରୁ ସୂର୍ଯ୍ୟ ଟ୍ରେନ୍ ଉପରକୁ ଚଢ଼ି ସେଲ୍ଫି ନେଉଥିଲେ । ହେଲେ ଟ୍ରେନ୍ ଉପର ଦେଇ ଯାଇଥିବା ଉଚ୍ଚ କ୍ଷମତା ସମ୍ପନ୍ନ ବିଦୁ୍ୟତ୍ ତାର ସଂସ୍ପର୍ଶରେ ସେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ସୂର୍ଯ୍ୟ ଜଳି ଯାଇଥିବା ରେଳବାଇ କର୍ମଚାରୀ ସିକନ୍ଦର କୁମାର ଯାଦବ କହିଛନ୍ତି । ଅଗ୍ନିକାଣ୍ଡ ଯୋଗୁ ଟ୍ରେନ୍କୁ ଘୋଡ଼ା ଯାଇଥିବା କପଡ଼ାରେ ନିଅାଁ ଲାଗି ଟ୍ରେନ୍ରେ ମଧ୍ୟ ନିଅାଁ ଲାଗିଯାଇଥିବା ସେ କହିଛନ୍ତି ।
ଖବର ପାଇ ପାରଳାଖେମୁଣ୍ଡି ପୁଲିସ ପହଞ୍ଚô ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚô ନିଅାଁକୁ ଆୟତ୍ତ କରିଥିଲେ । ଅନ୍ଧାର ହୋଇଥିବାରୁ ଟ୍ରେନ୍ର କ’ଣ କ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ସେଲ୍ଫି ନେଇଥିବା ଅନ୍ୟ ୪ଜଣଙ୍କ ମଧ୍ୟରୁ ଜଣେ ଦୌଡ଼ି ପଲାଇଥିବା ବେଳେ ଅନ୍ୟ ତିନିଜଣଙ୍କ ଠାରୁ ପୁଲିସ ଘଟଣା ସମ୍ପର୍କରେ ଜାଣିବାକୁ ପାଇଛି । ପ୍ରତ୍ୟକ୍ଷଦର୍ଶୀ ଷ୍ଟେସନ୍ ନିକଟ ହନୁମାନ ମନ୍ଦିର ପୂଜକ ଶଙ୍କର ପ୍ରସାଦ ରଥ କହିବା ଅନୁଯାୟୀ, ସେ ସନ୍ଧ୍ୟା ଆଳତି ପାଇଁ ମନ୍ଦିରକୁ ଆସୁଥିବା ବେଳେ ସୂର୍ଯ୍ୟ ଓ ତାର ଅନ୍ୟ ୪ ସାଙ୍ଗ ଟ୍ରେନ୍ ନିକଟରେ ସେଲ୍ଫି ନେଉଥିବା ଦେଖିଛନ୍ତି । ଏହାପରେ ସୂର୍ଯ୍ୟ ଟ୍ରେନ୍ ଉପରକୁ ଚଢ଼ି ସେଲ୍ଫି ନେଉଥିବା କହିଛନ୍ତି ।
ପାରଳାଖେମୁଣ୍ଡି ରେଳ ଷ୍ଟେସନ୍ ନୌପଡ଼ା ଜିଆର୍ପି ଅଧିନରେ ରହିଥିବାରୁ ସେଠିକାର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ସେମାନେ ଆସି ଦେଖିବା ପରେ ଅଧିକ ତଥ୍ୟ ମିଳି ପାରିବ ବୋଲି ସିକନ୍ଦର କୁମାର ଯାଦବ କହିଛନ୍ତି । ତେବେ ବିଦୁ୍ୟତ୍ କାଟ କରାଯିବା ପରେ ମୃତ ଦେହକୁ ଟ୍ରେନ୍ ଉପରୁ ଓହ୍ଲା ଯିବ ବୋଲି ପାରଳାଖେମୁଣ୍ଡି ଥାନାଧିକାରୀ ବିବେକାନ୍ଦ ସ୍ୱାଇଁ କହିଛନ୍ତି । ଖବର ପାଇ ଆମେ ଘଟଣା ସ୍ଥଳରେ ପହଞ୍ଚô ନିଅାଁକୁ ଆୟତ୍ତ କରିଛୁ । ତେବେ ଏବେ ବି ତାରରେ ବିଦୁ୍ୟତ୍ ସରବରାହ ରହୁଥିବାରୁ ଟ୍ରେନ୍ ଉପରକୁ ଯାଇ ମୃତ ଦେହ ଉଦ୍ଧାର କରିବା ସମ୍ଭବ ନୁହେଁ ବୋଲି ପାରଳାଖେମୁଣ୍ଡି ଅଗ୍ନିଶମ ଅଧିକାରୀ ଗଣପତି ଶବରଙ୍କ କହିଛନ୍ତି ।


Comments are closed, but trackbacks and pingbacks are open.