ଟ୍ରେନ୍ ଧକ୍କାରେ କଲରାପତରିଆ ବାଘର ମୃତୁ୍ୟ

Get real time updates directly on you device, subscribe now.

ଲେଫ୍ରିପଡ଼ା,(ବି.ବି.ନୁ୍ୟଜ୍): ଟ୍ରେନ ଧକ୍କାରେ କଲରାପତରିଆ ବାଘର ମୃତୁ୍ୟ । ବାଘଟି ମଙ୍ଗଳବାର ସନ୍ଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲା ହେମଗିର ଦାଘୋରା ସଂରକ୍ଷିତ ଜଙ୍ଗଲରୁ ଆସି ଆତଙ୍କ ସୃଷ୍ଟି କରିଥିଲା । ତେବେ କେଉଁ ଟ୍ରେନ୍ ଧକ୍କାରେ ବାଘର ମୃତୁ୍ୟ ଘଟିଲା ସେ ସମ୍ପର୍କରେ ସବିଶେଷ ତଥ୍ୟ ରେଳବାଇ ବିଭାଗକୁ ବନ ବିଭାଗ ପକ୍ଷରୁ ମଗାଯାଇଛି । ମୃତ ବାଘର ଶବ ବ୍ୟବଚ୍ଛେଦ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟରେ କଣ ଆସୁଛି ତାକୁ ଅପେକ୍ଷା କରାଯାଇଛି ।
ଗତକାଲି ସଂଧ୍ୟାରେ ଦାଘୋରା ସଂରକ୍ଷିତ ଜଙ୍ଗଲର ବଡରମ୍ପିଆ ଗ୍ରାମରେ ଏହି ବାଘ ଆତଙ୍କ ସୃଷ୍ଟି କରିଥିଲା । ଆକ୍ରମଣ କରି ୫ ଜଣ ଗ୍ରାମବାସୀଙ୍କୁ ଗୁରୁତର କରିଥିଲା । ସଂଧ୍ୟାରୁ ଏହି ଗାଁରେ ବାଘ ଲୁଚି ରହିଥିବା ଖବର ପାଇ ବନ ବିଭାଗର ବରିÂ ଅଧିକାରୀ, ସ୍ୱତନ୍ତ୍ର ସ୍କ୍ୱାଡ ଓ ବନ କର୍ମଚାରୀ ପହଞ୍ଚିଥିଲେ । ଲାଇଟ୍ ପକାଇ ବାଘକୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ରାତି ତମାମ ବାଘକୁ ଠାବ କରିବା ପାଇଁ ଅଭିଯାନ ଚାଲିଥଲା । ହେମଗିର ଦେଇ ଯାଇଥିବା ହାୱାଡ଼ା-ମୁମ୍ବାଇ ରେଳ ମାର୍ଗର ପୁରୁଣାପୋଲ ନିକଟସ୍ଥ ଖୁଣ୍ଟ ନଂ. ୫୫୮ ନିକଟରେ ଟ୍ରେନ୍ରେ କଟି ବାଘର ମୃତୁ୍ୟ ଘଟିଛି ଓ ସେଠାରେ ତାର ମୃତ ଦେହ ପଡ଼ିଥିବା ଖବର ମିଳିଥିଲା । ଖବର ପାଇ ସୁନ୍ଦରଗଡ଼ ଡିଏଫଓ କାଲୁଙ୍ଗେ ଗୋଖର ଓମାନ୍, ହେମଗିରି ରେଞ୍ଜର ବଲଜିତ ଡୁଙ୍ଗଡୁଙ୍ଗ ଏବଂ ସମସ୍ତ ବନ ବିଭାଗ ଅଧିକାରୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ।
କେଉଁ ସମୟରେ ଓ କେଉଁ ଟ୍ରେନ୍ ଧକ୍କାରେ ବାଘର ମୃତୁ୍ୟ ଘଟିଲା ତାହା ତଦନ୍ତ କରିଥିଲେ । ବାଘ ଶବ କ୍ଷତବିକ୍ଷତ ଅବସ୍ଥାରେ ରେଲୱେ ଟ୍ରାକ୍ ବାହାରେ ପଡ଼ିଥିଲା । ଏହାକୁ ନେଇ ସାଧାରଣରେ ସନେ୍ଦହ ସୃଷ୍ଟି ହେଉଛି । ତେବେ ପାରିପାଶ୍ୱିର୍କ ପରିସ୍ଥିତି ଏବଂ ବାଘ ଶରୀରରେ କୌଣସି କ୍ଷତ ନଥିବାରୁ ଏହା ଦୁର୍ଘଟଣାଜନିତ ମୃତୁ୍ୟ ବୋଲି ପ୍ରକାଶ କରିଛନ୍ତି ଡିଏଫ୍ଓ । ଏହାଛଡ଼ା ବାଘ ଶବର ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ଘଟଣା ସ୍ପଷ୍ଟ ହୋଇଯିବ ବୋଲି ଡିଏଫ୍ଓ ଗଣମାଧ୍ୟମକୁ କହିଛନ୍ତି ।
ସେହିପରି ଗତକାଲି ସଂଧ୍ୟାରୁ ଆଜି ସକାଳ ପର୍ଯ୍ୟନ୍ତ କେଉଁ କେଉଁ ଟ୍ରେନ୍ ଏହି ରେଳ ମାର୍ଗରେ ଯାଇଛି । ତାହାର ସବିଶେଷ ତଥ୍ୟ ରେଳବାଇ ବିଭାଗକୁ ମଗାଯାଇଛି ବୋଲି ଡିଏଫ୍ଓ କହିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ତଦନ୍ତକୁ ଆହୁରି ତ୍ୱରାନ୍ୱିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ବାଘର ଶବ ବ୍ୟବଚ୍ଛେଦ କରାଯିବା ପରେ ଦାଘୋରା ଠାରେ ସମ୍ମାନପୂର୍ବକ ପୋଡ଼ି ଦିଆଯାଇଛି । ଏହି ଅବସରରେ ବନ ବିଭାଗର ସମସ୍ତ ଅଧିକାରୀଙ୍କ ସମେତ ସଦର ବିଧାୟିକା କୁସୁମ ଟେଟେ ଉପସ୍ଥିତ ଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, ଗାଁକୁ ବାଘ ପଶି ଆସିବା ପରେ ତାକୁ ଘଉଡାଇବା ଲାଗି ଗ୍ରାମବାସୀ ଉଦ୍ୟମ କରିଥିଲେ । ଫଳରେ ବାଘ ଆକ୍ରମଣରେ ୨ ଜଣ ମହିଳାଙ୍କ ସମେତ ୫ ଜଣ ଗ୍ରାମବାସୀ ଗୁରୁତର ଆହତ ହୋଇ ହେମଗିର ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons