ଝାରସୁଗୁଡା : ମହଙ୍ଗା ପଡିଲା ଟ୍ରେନରୁ କୋଇଲା ଚୋରି । ଟ୍ରେନ୍ ତାର ସଂସ୍ପର୍ଶରେ ଆସି ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ରାଉରକେଲା ଆଇଜିଏଚରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଝାରସୁଗୁଡା ଜିଲ୍ଲାର ବେଲପାହାଡ ପୌରାଞ୍ଚଳ ସ୍ଥିତ ନୂଆପଡାଠାରେ କୋଇଲା ବୋଝେଇ ମାଲବାହୀ ଟ୍ରେନ୍ ଠିଆ ହୋଇଥିଲା । ଏହି ସମୟରେ ନୂଆପଡାର ୪୦ ବର୍ଷ ବୟସ୍କ ଯୁବକ ମେହମୁଦ ଆଲମ ଠିଆହୋଇଥିବା ଟ୍ରେନରେ ଚଢି କୋଇଲା ଚୋରି କରୁଥିଲେ । ଏହି ସମୟରେ ଟ୍ରେନ୍ ତାର ସଂସ୍ପର୍ଶରେ ଆସି ସେ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଟ୍ରେନରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ସ୍ଥିତ ଆଇଜିଏଚରରେ ଭର୍ତ୍ତି କରିଛନ୍ତି ।


Comments are closed, but trackbacks and pingbacks are open.