ଠକେଇ ଅଭିଯୋଗରେ ଜଣଙ୍କୁ ଗିରଫ କଲା ପୋଲିସ

Get real time updates directly on you device, subscribe now.

ପାଟଣା: ଠକେଇ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ । କେନ୍ଦୁଝର ଜିଲ୍ଲାର ବାରିଆ ଥାନା ବାର୍ହାପଶି ଗାଁର ରଞ୍ଜନ ମହାନ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଅଣ୍ଡା ପେଟି ଦେବା ନାଁରେ ଠକେଇ ହୋଇଥିବା ଅଭିଯୋଗ ।
ଖବର ଅନୁଯାୟୀ, ରଞ୍ଜନ ଢେଙ୍କାନାଳ ଜିଲ୍ଲା ଭାପୁର ସ୍ଥିତ ସ୍ୱସ୍ତି ଆଗ୍ର ଫାର୍ମରୁ ୨୦୦ ରୁ ଅଧିକ ପେଟି ଅଣ୍ଡା ମଗାଇଥିଲେ । ଉକ୍ତ ଅଣ୍ଡା ପେଟିରୁ ୧୦୦ ପେଟି ଖୀରେଇଟାଙ୍ଗିରୀ ନିକଟରୁ ଆଉ ଏକ ପିକଅପରେ ଲୋଡ଼ କରି ନେଇଥିଲେ। ଅଣ୍ଡା ପେଟି ଗୁଡିକୁ ଡେଲିଭରୀ କରିଥିବା ଗାଡିର ଡ୍ରାଇଭରଙ୍କୁ ଘରୁ ଟଙ୍କା ଆଣିଦେଉଛି କହି ଅଣ୍ଡା ପେଟି ଗୁଡିକ ନେଉଯାଇଥିଲେ । କିନ୍ତୁ ସେ ଟଙ୍କା ନଦେଇ ଫୋନକୁ ଅଫ କରିଦେଇଥିଲେ । ଏନେଇ ଅଣ୍ଡା ଡେଲିଭରି କରିଥିବା ଗାଡିର ଡ୍ରାଇଭର ଅଜୟ ନାଏକ ଥାନାରେ ଅଭିଯୋଗ କରିଥିଲେ । ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ କରିଥିଲା । ରଞ୍ଜନର ମୋବାଇଲକୁ ଟ୍ରାକ୍ କରି ଚମ୍ପୁଆ ଥାନା ବାସୁଦେବପୁରରୁ ଗିରଫ କରିବା ସହିତ ୫୦ ପେଟି ଅଣ୍ଡା ଜବତ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons