ଠିକା କ୍ୟାମ୍ପରୁ ଦୁଇ ସୁପରଭାଇଜର୍ ଅପହୃତ

Get real time updates directly on you device, subscribe now.

ପାଳଲହଡ଼ା,(ବି.ବି.ନୁ୍ୟଜ): ପାଳଲହଡ଼ା ଥାନାର କମ୍ପରକୀଳାସ୍ଥିତ ଏକ ଠିକାସଂସ୍ଥାର କ୍ୟାମ୍ପ୍ରୁ ଦୁଇ ସୁପରଭାଇଜର୍ଙ୍କୁ ଅପହରଣ କରି ନିଆଯାଇଛି । ସୋମବାର ବିଳମ୍ବିତ ରାତିରେ ୪ ଜଣ ଦୁର୍ବୃତ୍ତ ଏକ ଚାରି ଚକିଆ ଗାଡ଼ିରେ ଆସି ବନ୍ଧୁକ ମୁନରେ ଦୁଇ ସୁପରଭାଇଜର୍ଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି । ଦୁଇ ଅପହୃତ ସୁପରଭାଇଜର୍ ସନାତନ ବେହେରା (୨୬) ଓ ନରୋତ୍ତମ ବିଶ୍ୱାଳ(୨୫)ଙ୍କର ଏଯାବତ୍ କୌଣସି ଖୋଜ୍ଖବର ମିଳିନାହିଁ । ଠିକାଦାର ଏ ନେଇ ପାଳଲହଡ଼ା ଥାନାରେ ଏତଲା ଦେବା ପରେ ପୁଲିସ ଅନୁସନ୍ଧାନ ଚଳାଇଛି ।
ପ୍ରକାଶ ଯେ, କମ୍ପରକୀଳା ଗ୍ରାମ ନିକଟରେ ଥିବା ମାଙ୍କଡ଼ାନଦୀରେ ଏକ ପୋଲ ନିର୍ମାଣାଧୀନ ରହିଛି । ଦୁଇ ବର୍ଷ ତଳୁ ଏଥିଲାଗି ଟେଣ୍ଡର୍ ହୋଇଥିଲା । ସ୍ୱାଇଁ ଏଣ୍ଡ କୋ’ ନାମରେ ଏକ ଠିକାସଂସ୍ଥା ଏହାର ନିର୍ମାଣ ଦାୟିତ୍ୱ ନେଇଥିବା ବେଳେ ସେଠାରେ ଏକ ଅସ୍ଥାୟୀ କ୍ୟାମ୍ପ୍ରେ ସୁପରଭାଇଜର୍ ସମେତ ୧୦ ଜଣ କର୍ମଚାରୀ ଓ ଶ୍ରମିକ ରହୁଛନ୍ତି । ଗତ ରାତି ପ୍ରାୟ ଗୋଟାଏ ବେଳେ ହଠାତ୍ ୪ ଜଣ ଦୁର୍ବୃତ୍ତ କ୍ୟାମ୍ପ୍ରେ ପହଞ୍ଚି ବନ୍ଧୁକ ଦେଖାଇ ଅନ୍ୟମାନଙ୍କୁ ଧମକଚମକ ଦେଇଥିଲେ । ଦୁଇ ସୁପରଭାଇଜର୍ ବନ୍ଧୁକ ମୁନରେ ଏକ ଗାଡ଼ିରେ ଉଠାଇ ନେଇଥିଲେ । ଗଲାବେଳେ କ୍ୟାମ୍ପ୍ରେ ଥିବା ଡିଜେଲ୍ରୁ ପ୍ରାୟ ୪୦ ଲିଟର ନେଇଯାଇଥିଲେ । କ୍ୟାମ୍ପ୍ଠାରୁ ଦେଢ଼ ଶହ ମିଟର ଦୂରରେ ଦୁର୍ବୃତ୍ତମାନେ ଗାଡ଼ି ରଖି ଚାଲି ଚାଲି କ୍ୟାମ୍ପ୍କୁ ଆସିଥିଲେ ।
ଅନ୍ୟକର୍ମଚାରୀଙ୍କଠାରୁ ଖବର ପାଇ ଠିକାସଂସ୍ଥା ମାଲିକ ଛେଣ୍ଡିପଦା ପିପଳବାହାଳ ଗ୍ରାମର ଗିରିଶ ସ୍ୱାଇଁ ଘଟଣା ସମ୍ପର୍କରେ ପାଳଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ଏକ କେସ୍ ରୁଜ୍ଜୁ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ପାରିପାଶ୍ୱର୍ିକ ସ୍ଥିତି ଅନୁସନ୍ଧାନ ଚଳାଇଛି । ତେବେ ମଙ୍ଗଳବାର ରାତି ପର୍ଯ୍ୟନ୍ତ ଅପହୃତଙ୍କ କୌଣସି ସନ୍ଧାନ ମିଳିନାହିଁ । ଏପରିକି ଅପହରଣ ପଛରେ ମାଓବାଦୀଙ୍କ ହାତ ଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ସନେ୍ଦହ କରାଯାଉଥିଲେ ମଧ୍ୟ ପୁଲିସ ଏହାକୁ ଅସ୍ୱୀକାର କରିଛି । ଠିକାସଂସ୍ଥା କ୍ୟାମ୍ପ୍ ପାଳଲହଡ଼ା ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରତା ହୋଇଥିବା ବେଳେ ସେଠାରୁ କେନ୍ଦୁଝର, ଦେବଗଡ଼ ଜିଲ୍ଲାକୁ ଯାତାୟାତ ସଂଯୋଗ ରହିଛି । ଦୁର୍ବର୍ୃତ୍ତମାନେ ଦୁଇ ସୁପରଭାଇଜର୍ଙ୍କୁ ସେଇ ରାସ୍ତାରେ ନେଇଯାଇଥିବା ପୁଲିସ ସନେ୍ଦହ କରୁଛି । ତେବେ ଅପହରଣ ପଛରେ କ’ଣ କାରଣ ଥାଇପାରେ ମାଲିକ ଶ୍ରୀ ସ୍ୱାଇଁ ବି କିଛି ଅନୁମାନ କରିନାରୁନାହାନ୍ତି । ଦୁର୍ବୃତ୍ତମାନେ ହିନ୍ଦୀ ଭାଷାରେ କଥାବାର୍ତା କରୁଥିଲେ । ତେବେ ପ୍ରେମ, ଲୁଟପାଟ୍, ପୂର୍ବ ଶତ୍ରୁତା ଅବା ଅର୍ଥ ପାଇଁ ମୁଣ୍ଡ ଜାମିନ୍ ରଖିବାକୁ ଦୁର୍ବୃତ୍ତମାନେ ସନାତନ ଓ ନରୋତ୍ତମଙ୍କୁ ଉଠାଇ ନିଆଯାଇଛି ସେ ନେଇ ପୁଲିସ ଅନୁସନ୍ଧାନ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons