ରାଉରକେଲା: ରାଉରକେଲା ମହାନଗର ନିଗମ କାର୍ୟ୍ୟାଳୟ ସାମ୍ନାରୁ ଲୁଟ୍ ହୋଇଛି । ଗୋଟିଏ ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ଲୁଟି ନେଇଛନ୍ତି ୬ ଲକ୍ଷ ୫୦ ହଜାର ଟଙ୍କା । ପୋଲିସର ତଦନ୍ତ ଜାରି ରହିଛି ।
ସୂଚନାଯୋଗ୍ୟ ଯେ, ଠିକା ସଂସ୍ଥା ଡିଏସ କନଷ୍ଟ୍ରକସନର କର୍ମଚାରୀ ରଞ୍ଜନ ଧଳ ଉଦିତ ନଗର ଏସବିଆଇ ଶାଖାରୁ ଟଙ୍କା ଉଠାଇ ମହାନଗର ନିଗମ କାର୍ୟ୍ୟାଳୟକୁ ଆଉଟ ସୋର୍ସିଂରେ ନିୟୋଜିତ ସଫେଇ କର୍ମଚାରୀଙ୍କୁ ଦରମା ଦେବାପାଇଁ ବାଇକରେ ଆସିଥିଲେ । ମହାନଗର ନିଗମ କାର୍ୟ୍ୟାଳୟ ସାମ୍ନାରେ ବାଇକରୁ ଓଲାଇ କାର୍ୟ୍ୟାଳୟକୁ ଯାଉଥିବା ବେଳେ ତାଙ୍କଠାରୁ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ଉଦିତ ନଗର ଥାନା ପୋଲିସ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed, but trackbacks and pingbacks are open.