ଡକାୟତି ଯୋଜନା ପଣ୍ଡ, ଗିରଫ ହେଲେ ୪ ଅଭିଯୁକ୍ତ

Get real time updates directly on you device, subscribe now.

ଚୌଦ୍ବାର :ଡକାୟତି ଯୋଜନା କରୁଥିଲା ବେଳେ ଚୌଦ୍ବାର ପୋଲିସ ଚଢ଼ାଉ କରି ଚାରି ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ଚୌଦ୍ବାର ଥାନା ଅନ୍ତର୍ଗତ ବାଣୀପଦା-ମଙ୍ଗଳପୁର ରାସ୍ତାରେ କିଛି ଅପରାଧ ଘଟାଇବାର ଯୋଜନା ପ୍ରସ୍ତୁତ କରୁଥିଲେ ।
ସୂଚନା ପାଇ ଚୌଦ୍ବାର ପୋଲିସ ସେଠାରେ ଚଢ଼ାଉ କରିଥିଲେ । ଚଢ଼ାଉ ବେଳେ ଚାରି ଜଣଙ୍କୁ ଧରିବାରେ ପୋଲିସ ସଫଳ ହେବା ବେଳେ ଜଣେ ଖସି ଯାଇଥିଲା । ଧରା ପଡିଥିବା ଯୁବକମାନେ ଦୁର୍ଦ୍ଦାନ୍ତ ଡକାୟତ ବୋଲି ଜଣାପଡିଥିଲା । ସେମାନେ ହେଲେ ଭୁବନ ଥାନା ଅଂଚଳର ରଞ୍ଜନ ଜେଠି, ବିଜୟ ନାୟକ, ନେମାଳ ଥାନା କାଂହୁ ଚରଣ ବେହେରା ଓ ଚୌଦ୍ବାରର ସୁକାନ୍ତ ସ୍ବାଇଁ ।
ଏମାନଙ୍କ ନିକଟରୁ ଦୁଇଟି ବନ୍ଧୁକ, ଗୋଟିଏ ଖଣ୍ଡା, ଜୀବନ୍ତ ଗୁଳି, ଦୁଇଟି ବାଇକ, ତିନିଟି ମୋବାଇଲ ଜବତ କରିଛି। ଗିରଫ ଯୁବକମାନଙ୍କ ନାମରେ ବିଭିନ୍ନ ଥାନାରେ ଅନେକ ଡକାୟତି ମାମଲା ରୁଜୁ ଥିବାର ଜଣାପଡିଛି। ରାଜପଥରେ ଯାଉଥିବା ଲୁହା ରଡ୍ ବୋଝେଇ ଟ୍ରକ ଗୁଡିକୁ ହାଇଯାକ କରି ସେଥିରୁ ରଡ୍ ଗୁଡିକୁ ଅନ୍ୟତ୍ର ବିକ୍ରି କରିବାର ବହୁ ଅଭିଯୋଗ ରହିଛି। ଗିରଫ ଚାରି ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons