ଡଙ୍ଗରଭେଜା ଫାଣ୍ଡି ନିକଟ ରେ ଦୁଇଟି ମୋଟର ସାଇକଲ ଦୁର୍ଘଟଣାଗ୍ରୋସ୍ତ ଜଣେ ମୃତ

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ସନ୍ଧ୍ୟା ୭.୩୦ ସମୟ ରେ ଡଙ୍ଗରଭେଜା ଫାଣ୍ଡି ନିକଟ ରେ ଦ୍ରୁତ ଗତି ରେ ଯାଉଥିବା ଦୁଇଟି ମୋଟର ସାଇକେଲ ପରସ୍ପର କୁ ଧକ୍କା ଦେଇଥିଲେ । ଗାଡି ନମ୍ବର ଓଡ଼ି ୨୪ ସି ୮୧୫୮ ଏବଂ ଓଡ଼ି ୨୪ ଏଫ ୧୪୫୩ । ଏହି ଦୁଇଟି ବାଇକ୍ ର ଦୂର୍ଘଟଣ ର୍ଗସ୍ତ ଙ୍କୁ
ସେହି ରାସ୍ତା ରେ ଯାଉଥିବା ସନ୍ତୋଷ ମିଶ୍ର ନାମକ ବ୍ୟକ୍ତି ଦୁର୍ଘଟଣା କୁ ଦେଖି ପ୍ରଥମେ ଆସି ଫାଣ୍ଡି ଅଧିକାରୀ ଙ୍କୁ ଜଣେଇଥିଲେ ଏବଂ ତୁରନ୍ତ ଯାଇ ଆମ୍ବୁଲାନ୍ସ ଡକେଇ ଥିଲେ । ଆହତ ୫ ଜଣ ଙ୍କ ମଧ୍ୟରୁ ୨ ଜଣଙ୍କୁ ଆମ୍ବୁଲାନ୍ସ ରେ ଆଉ ୩ ଜଣଙ୍କୁ ଡଙ୍ଗରଭେଜ ଅଗ୍ନିଶମ ବିଭାଗ ର କର୍ମଚାରୀ ଆସି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ କୁ ନେଇଗଲେ । ଡାକ୍ତରଖାନା ରେ ଜଣେ ବ୍ୟକ୍ତି ମୃତ ବୋଲି ଡାକ୍ତର ଘୋଷଣା କରିଥଲେ । ସୂଚନା ମୁତାବକ ମୃତ ବ୍ୟକ୍ତି ଜଣକ ସାଗରମୁଣ୍ଡା ଗ୍ରାମ ର ଶ୍ରିତମ କୋଚିମ ବୋଲି ଜଣା ପଡ଼ିଛି । ଅନ୍ୟ ୪ ଜଣ ଗୁରୁତର ଅବସ୍ଥା ରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଉକ୍ତ ସ୍ଥାନ ରେ କିଛି ମାସ ପୂର୍ବରୁ ଅନ୍ୟ ଏକ ଦୁର୍ଘଟଣାରେ ଦୁଇ ଜଣ ବ୍ୟକ୍ତି ଚାଲି ଚାଲି ଜାଉ ଥିବା ବେଳେ ଏକ କାର ଧକା ଦେଇଥିଲାଜଙ୍ଗୁ ମୃତ୍ୟୁବରଣ କରିଥିଲେ । ଅସାରିଆ ରାସ୍ତା ହୋଇଥିବା ରୁ ଦ୍ରୁତ ଗତି ରେ ଗାଡି ଚଳାଚଳ ହେଉଥିବାରୁ ଏବଂ ଫାଣ୍ଡି ପାଖରେ କୌଣସି ବାରିକେଟ ନଥିବାରୁ ଗାଡି ଚାଳକ ଙ୍କୁ ରୋକିବା ରେ ଅସୁବିଧା ହେଉଛି ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ମୀନକେତନ ଗନ୍ତାୟତ କହିଛନ୍ତି

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons