ଡମ୍ପର ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ

Get real time updates directly on you device, subscribe now.

ବଡ଼ବିଲ: ଅଜଣା ଡମ୍ପର ଧକ୍କାରେ ଡମ୍ପର ମାଲିକଙ୍କ ମୃତ୍ୟୁ । ବୁଧବାର ସକାଳୁ ବଡ଼ବିଲ କଳିଙ୍ଗ ନଗର ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ମୃତକ ହେଉଛନ୍ତି ଭଦ୍ରାସାହି ଅଞ୍ଚଳର ଡମ୍ପର ମାଲିକ ସୁରେଶ ଧଳ । ମିଳିଥିବା ସୂଚନା ଅନୁଯାୟୀ, ସୁରେଶ ଧଳଙ୍କ OR14 G 3668ନମ୍ବରର ଏକ ଡମ୍ପର ବଡ଼ବିଲ- ବଲାଣୀ ରାସ୍ତାର କଳିଙ୍ଗ ନଗର ଠାରେ ବ୍ରେକଡାଉନ୍ ହୋଇ ରାସ୍ତାର ବାମପାର୍ଶ୍ୱରେ ଛିଡ଼ା ହୋଇଥିଲା।
ସୁରେଶ ମେକାନିକକୁ ନେଇ ଗାଡି ରିପେୟାରିଂ କାମ କରାଉଥିବା ବେଳେ, ଏକ ଅଜଣା ଡମ୍ପର ତାଙ୍କୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଯାହାଫଳରେ ନିଜ ଡମ୍ପରରେ ଚାପିହୋଇ ସୁରେଶଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ମେକାନିକ। ଦୁର୍ଘଟଣା ଘଟାଇଥିବା ଡମ୍ପରଟି ବ୍ୟାକ କରି ସେଠାରୁ ଖସି ପଳାଇ ଯାଇଥିବା ଜଣାପଡିଛି । ବଡ଼ବିଲ ପୋଲିସ ମୃତଦେହକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons