ଡମ୍ପର ଧକ୍କାରେ ନାବାଳିକାର ମୃତୁ୍ୟ, ଉତ୍ତେଜନା

Get real time updates directly on you device, subscribe now.

ବସ୍ତା,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥସ୍ଥ ଇନ୍ଦିରା ଛକରେ ଡମ୍ପର ଚାପାରେ ଜଣେ ନବାଳିକାର ମୃତୁ୍ୟ ହୋଇଛି । ଏହି ଦୁର୍ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଥାନୀୟ ଲୋକେ ପ୍ରଶାସନିକ ଅବହେଳା ଯୋଗୁଁ ଝିଅର ମୃତୁ୍ୟ ହୋଇଥିବା ଅଭିଯୋଗ କରି ଅମର୍ଦ୍ଧା ରୋଡ୍ ଅବରୋଧ କରିଥିଲେ । ଏହି ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଞ୍ଚାୟତ ବାଗଲଡିହା ଗ୍ରାମର ବିପ୍ଳବ ଗାଣଙ୍କ ଝିଅ ପ୍ରଜ୍ଞାପାରମିତା (୭) ତାଙ୍କ ମାଆଙ୍କ ସହ ମାମୁ ଘରୁ ବସ୍ରେ ଆସି ଇନ୍ଦିରା ଛକରେ ଓହ୍ଲାଇଥିଲେ । ବସ୍ରୁ ଓହ୍ଲାଇବା ବେଳେ ଝିଅ ପ୍ରଜ୍ଞାର ହାତ ମାଆ ଧରିଥିଲେ । ହେଲେ ଝିଅ ନିଜେ ଓହ୍ଲାଇବ ଜିଦ୍ ଧରିଥିଲା । ଫଳରେ ବସ୍ରୁ ତଳକୁ ଓହ୍ଲାଉଥିବା ବେଳେ ଝିଅର ଗୋଡ଼ ଖସି ଯାଇଥିଲା ଏବଂ ସେ ତଳେ ପଡ଼ି ଯାଇଥିଲା । ଦୁର୍ଭାଗ୍ୟବଶତଃ ସେହି ସମୟରେ ରାଜପଥରୁ ଅମର୍ଦ୍ଧା ରେଳ ଷ୍ଟେସନ ଆଡ଼କୁ ଯାଉଥିବା ବାଲି ବୋଝେଇ ଡମ୍ପର (ଓଡି-୨୨କେ-୦୫୨୫) ଝିଅ ଉପରେ ମାଡ଼ି ଯାଇଥିଲା । ଗୁରୁତର ଆହତ ଝିଅକୁ ସ୍ଥାନୀୟ ଲୋକେ ବସ୍ତା ହସ୍ପିଟାଲ ନେଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons