ଡୁଙ୍ଗୁରିପାଲି,(ବି.ବି.ନୁ୍ୟଜ): ଡୁଙ୍ଗୁରିପାଲି ଅଞ୍ଚଳରେ ଆଜି ସକାଳ ଏକ ଅଘଟଣ ଘଟିଛି । ଘର କାମରେ ନିୟୋଜିତ ଥିବା ଏକ ଡମ୍ଫର ଭାରସାମ୍ୟ ହରାଇ ଓଲଟି ପଡ଼ିଛି । ଏଥିରେ ଘର ମାଲିକର ପୁଅର ଘଟଣାସ୍ଥଳରେ ମୃତୁ୍ୟ ହୋଇଛି ।
ସୂଚନାମତେ ଡୁଙ୍ଗୁରିପାଲି ଠାରୁ ୧ କିମି ଦୂର ବଲାଙ୍ଗିର ରାସ୍ତାର କୁ୍ୟଟ୍ ରେଷ୍ଟୁରାଣ୍ଟ ପାଶ୍ୱର୍ରେ ଜଣେ ବ୍ୟକ୍ତି ନିଜ ଘର ନିର୍ମାଣ ପାଇଁ ଏକ ଡମ୍ଫର(ଓଆର-୦୨-ବିଡବ୍ଲୁ୍ୟ-୮୭୪୧)ରେ ମାଟି ପକାଉଥିଲେ । ଏହି ସମୟରେ ଘରମାଲିକର ପୁଅ ପୁଅ ତପନ ବର୍ଗେ(୨୭) ନିର୍ମାଣଧୀନ ଘର ପାଶ୍ୱର୍ରେ ଛିଡା ହୋଇଥିଲେ । ହାଇୱାଟି ମାଟି ଆଣିଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ ପାଶ୍ୱର୍ରେ ଛିଡା ହୋଇଥିବା ତପନ ଗାଡ଼ିତଲେ ଚାପି ଦେଇଯାଇଥିଲେ । ପାଖରେ ଥିବା ପ୍ରତ୍ୟକ୍ଷଦର୍ଶୀ ଏନେଇ ଡୁଙ୍ଗୁରିପାଲି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାର୍ଯ୍ୟରେ ଡମ୍ଫରକୁ ସେଠାରୁ ହଟାଯିବା ସହ ଯୁବକକୁ ଉଦ୍ଧାର କରି ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୁଲିସ ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ବିନିକା ପଠାଇଛି । ଏସ୍ଆଇ ଅନୀଲ ପଧାନ ଡମ୍ଫରକୁ ଜବତ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଡମ୍ଫର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଉକ୍ତ ଗାଡ଼ିଟି ଜଗତସିଂହପୁରର ଆଲୋକ ପଧାନ ନାମରେ ରହିଥିବା ପୁଲିସ ପ୍ରକାଶ କରିଛି । ତେବେ ଗାଡିର ବୀମା ଓ ଫିଟନେସ ନଥିବା ୱେବ୍ ପୋର୍ଟାଲରୁ ଜଣାପଡ଼ିଛି ।
Comments are closed, but trackbacks and pingbacks are open.