ମୟୁରଭଞ୍ଜ : ଶିକ୍ଷକଙ୍କୁ ଚାପି ଦେଲା ପଥର ଗୁଣ୍ଡ ବୋଝେଇ ଡମ୍ଫର । ଘଟଣାସ୍ଥଳରେ ଶିକ୍ଷକଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଘଟିଛି ଉଦଳା କଲେଜ ସମ୍ମୁଖରେ । ଶିକ୍ଷକଙ୍କ ଉପରେ ମାଡିଗଲା ଡମ୍ଫର । ଘଟଣାସ୍ଥଳରେ ଶିକ୍ଷକଙ୍କ ମୃତ୍ୟୁ । ଉଦଳା ଥାନା ଅଧିନ ଉଦଳା କଲେଜ ସମ୍ମୁଖରେ ଆଜି ଅପରାହ୍ନ ସମୟରେ ଘଟିଯାଇଛି ଏଭଳି ଘଟଣା । ବାଲେଶ୍ୱର ଜିଲ୍ଲା କୁପାରୀ ଅଂଚଳର ଯୁବକ ଶୁଭେନ୍ଦୁ କୁମାର ଗାଣ କପ୍ତିପଦା ବଡସିମୁଳିଆ ଏସଏସଡି ବାଳିକା ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ୟ୍ୟ କରନ୍ତି । ଆଜି ଅପରାହ୍ନରେ ସେ ଉଦଳାରୁ ବାରିପଦା ଅଭିମୁଖେ ଯାଉଥିବା ବେଳେ ଉଦଳା କଲେଜ ସମ୍ମୁଖରେ ସାମ୍ନାରୁ ଆସୁଥିବା ଏକ ପଥର ଗୁଣ୍ଡ ବୋଝେଇ ଡମ୍ଫର ଧକ୍କା ଦେବା ସହିତ ତାଙ୍କ ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ଶିକ୍ଷକ ଶୁଭେନ୍ଦୁଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇ ଖସି ଯାଉଥିବା ଡମ୍ଫରକୁ ଅଟକାଇବା ସହିତ ଥାନାକୁ ହସ୍ତାନ୍ତର କରିଛନ୍ତି । ଏହା ସହିତ ଗାଡିର ଡ୍ରାଇଭରକୁ ପୋଲିସ୍ ଥାନାରେ ଅଟକ ରଖିଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରିପୋର୍ଟ: ଘାଷିରାମ ବେହେରା
Comments are closed, but trackbacks and pingbacks are open.