ଡ଼୍ୟାମ୍‌ରେ ବୁଡ଼ି ପ୍ରାଣ ହରାଇଲେ ୩ ଜଣ

Get real time updates directly on you device, subscribe now.

ଗୁଣୁପୁର: ପାଣି ବୁଡ଼ି ପ୍ରାଣ ହରାଇଲେ ୩ ଜଣ। ଗୁଣୁପୁର ପଦ୍ମପୁର ଥାନା ବଡ଼ନାଳ ଡ୍ୟାମ୍‌ରେ ବୁଡ଼ି ତିନିଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନା ଅନୁସାରେ ରଙ୍ଗ ଖେଳି ସାରି ଗାଧୋଇବା ବେଳେ ପାଣିରେ ୨ ଜଣ ବୁଡ଼ି ପ୍ରାଣ ହରାଇଥିଲେ। କିନ୍ତୁ ତାଙ୍କ ସାଙ୍ଗରେ ଥିବା ଆଉ ଜଣଙ୍କ ସଙ୍କାଟାପନ୍ନ ଥିବା ସୂଚନା ମିଳିଥିଲା। ଶେଷରେ ଗୁରୁତର ଥିବା ବ୍ୟକ୍ତି ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ମୃତ୍ୟୁ ସଂଖ୍ୟା ୩ ରେ ପହଞ୍ଚିଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons