ବ୍ରହ୍ମପୁର,(ବି.ବି.ନୁ୍ୟଜ୍): ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଆଜି ସକାଳେ ଘଟିଛି ଅଭାବନୀୟ କାଣ୍ଡ । ଜଣେ ପ୍ରସୂତିଙ୍କ ସ୍ୱାମୀ ଏବଂ ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହେବା ପରେ ଘଟଣା ଉଗ୍ରରୂପ ନେଇଥିଲା । ପ୍ରସୂତିଙ୍କ ସ୍ୱାମୀ ତରାତାରିଣୀ ଛକର ତାରିଣୀ ମହାପାତ୍ର ଡାକ୍ତର ସ୍ମୁତି ରଂଜନ ପଟ୍ଟନାୟକଙ୍କ ସମେତ ୪/୫ ଡାକ୍ତରଙ୍କୁ ଆକ୍ରମଣ କରିବା ସହ ଡୁ୍ୟଟିରେ ଥିବା ଅନ୍ୟ ଜଣେ ପ୍ରଥମବର୍ଷ ପିଜି ଛାତ୍ର ଡାକ୍ତର ସାକିଲ୍ ଖାନ୍ଙ୍କ କାନକୁ କାମୁଡି ଛିଣ୍ଡାଇ ଦେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଡାକ୍ତରମାନେ ପାଟିତୁଣ୍ଡ ଏବଂ ହୋ-ହାଲ୍ଲା କରିବା ସହ ଅଭିଯୁକ୍ତ ତାରିଣୀଙ୍କୁ ନେଇ ମେଡିକାଲ ଫାଣ୍ଡିରେ ଦେଇଥିଲେ । ଟାଉନ୍ ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ବୈଦ୍ୟନାଥପୁର ଥାନାଅଧିକାରୀ ସାରଦାପ୍ରସନ୍ନ ଦାଶ ଘଟଣାସ୍ଥଳକୁ ଯାଇ ସ୍ଥିତି ସମ୍ଭାଳି ନେଇଥିଲେ । ପରେ ମେଡିକାଲ ଅଧୀକ୍ଷକ ଡାକ୍ତର ସନ୍ତୋଷ ମିଶ୍ର ଏବଂ ସ୍ତ୍ରୀ ପ୍ରସୂତି ବିଭାଗ ପ୍ରଫେସର ଡାକ୍ତର ଭାରତୀ ମିଶ୍ର ମଧ୍ୟ ଘଟଣାସ୍ଥଳକୁ ଯାଇ ପୁଲିସ ସହ ଆଲୋଚନା କରିଥିଲେ । ରକ୍ତାକ୍ତ ଅବସ୍ଥାରେ ଡାକ୍ତର ସାକିଲ ଖାନ୍କୁ କାଜୁଆଲଟି ନେଇ କାନରେ ଷ୍ଟିଚ୍ ପକାଯାଇଥିଲା । ସେପଟେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯାଇଥିବାବେଳେ ତାଙ୍କ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଲାଗୁ କରିବାକୁ ପ୍ରସ୍ତାବ ଦିଆଯିବ ବୋଲ କହିଛନ୍ତି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର । ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ମଧ୍ୟ ଟ୍ୱିଟ୍ କରିଛନ୍ତି ଯେ- ଡାକ୍ତରଙ୍କ ବିରୋଧରେ ଏଭଳି ଘଟଣାକୁ ଗୁରୁତ୍ୱର ସହ ବିଚାର କରାଯାଇଛି ଏବଂ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରାଯାଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୁରୁଷୋତ୍ତମପୁର ତରାତାରିଣୀ ଛକର ତାରିଣୀ ମହାପାତ୍ର ଆଜି ତାଙ୍କ ପନôୀଙ୍କୁ ନେଇ ସକାଳ ୮ଟା ସମୟରେ ବ୍ରହ୍ମପୁର ବଡମେଡିକାଲ ଆସିଥିଲେ । ପନôୀଙ୍କୁ ମେଡିକାଲରେ ଭର୍ତ୍ତି କରିବା ପରେ ତାଙ୍କ ଯନ୍ତ୍ରଣା ଆସିବା ଯୋଗୁଁ ତୁରନ୍ତ ତାଙ୍କୁ ଲେବର ରୁମ୍କୁ ନିଆଯାଇଥିଲା । ଏହି ସମୟରେ ମହିଳାଙ୍କ ସ୍ୱାମୀ ତାରିଣୀ ଗରମ ପାଣି ଧରି ଲେବର ରୁମ୍ ନେଇ ଯାଉଥିବା ବେଳେ ସେ ମାକ୍ସ ପିନ୍ଧିନଥିବାରୁ ଡାକ୍ତର ସ୍ମୁତିରଂଜନ ପଟ୍ଟନାୟକ ବିରୋଧ କରିଥିଲେ । ଏହାକୁ ନେଇ ତାରିଣୀ ଏବଂ ଡାକ୍ତରଙ୍କ ମଧ୍ୟରେ କିଛି ସମୟ ଧରି ଯୁକ୍ତିତର୍କ ହେବା ସମୟରେ ଅନ୍ୟ ଡାକ୍ତରମାନେ ସେଠାରେ ପହଞ୍ଚିିଥିଲେ । ଉଭୟଙ୍କ ମଧ୍ୟରେ ଠେଲାପେଲା ହେବା ସମୟରେ ତାରିଣୀ ସେଠାରେ ଥିବା ଡାକ୍ତର ସାକିଲ ଖାନ୍ଙ୍କ କାନକୁ ଧରି କାମୁଡି ଦେଇଥିଲେ । ଫଳରେ ବାମ କାନର କିଛି ଅଂଶ ଛିଣ୍ଡି ତଳେ ପଡି ଯାଇଥିଲା । ପରେ ତାଙ୍କୁ ସ୍ଥାନୀୟ ମେଡିକାଲ ଫାଣ୍ଡିକୁ ଆଣିଥିଲେ । ଘଟଣା ପରେ ପିଜି ଛାତ୍ରମାନେ ଏ ନେଇ ମେଡିକାଲ କଲେଜରେ ଏକ ଜରୁରୀ ବୈଠକ ଡାକିଥିଲେ । ବ୍ରହ୍ମପୁର ଏସପି ପିନାକ ମିଶ୍ର ଏବଂ ଶିଶୁ ବିଭାଗ ପ୍ରଫେସର ଡାକ୍ତର ସୁନୀଲ ଅଗ୍ରୱାଲ୍ ସେଠାରେ ଉପସ୍ଥିତ ଥିଲେ । ଡାକ୍ତରମାନଙ୍କ ଦାବି ଶୁଣିବା ସହ ଅଭିଯୁକ୍ତ ବିରୁଦ୍ଧରେ ଆବଶ୍ୟକୀୟ କାର୍ଯ୍ୟାନୁÂାନ ହେବ ବୋଲି ଏସ୍ପି ପ୍ରତିଶ୍ରୁତି ଦେଇଥିଲେ ।
ଡାକ୍ତରଙ୍କୁ ଆକ୍ରମଣ ମାମଲାରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ତଥା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଟ୍ୱିଟ୍ କରି ଜଣାଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ଧାରା ୪୫୨/ ୨୯୪/ ୩୩୩/ ୩୨୬/ ୩୦୭/ ୫୦୬ ଆଇପିସି, ଆର୍/ଡବ୍ଲୁ୍ୟ ସେକ୍ସନ୍ ୩ ଓଏମ୍ଏସ୍ପିଏମ୍ଏସ୍ଆଇ (ହିଂସା ଓ ସମ୍ପତ୍ତି ନଷ୍ଟ ପ୍ରତିଷେଧକ ନିୟମ ୨୦୦୮), ଦଫା ୩ (୨) ମହାମାରୀ ରୋଗ ଅଧ୍ୟାଦେଶ ୨୦୨୦ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ବିରୋଧରେ ଜାତୀୟ ସୁରକ୍ଷା ଆଇନ (ଏନ୍ଏସ୍ଏ) ଲାଗୁ କରାଯିବାକୁ ପ୍ରସ୍ତାବ ଦିଆଯିବ ବୋଲି ଏସ୍ପି ଟ୍ୱିଟ୍ରେ ଦର୍ଶାଇଛନ୍ତି । ଡାକ୍ତରମାନଙ୍କ ନିରାପତ୍ତା ଓ ସୁରକ୍ଷା ନେଇ ପୁଲିସ ପ୍ରତିଶ୍ରୁତିବଦ୍ଧ ବୋଲି ଟ୍ୱିଟ୍ କରିଛନ୍ତି ଏସ୍ପି । ଅପରପକ୍ଷରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଟ୍ୱିଟ୍ କରିଛନ୍ତି ଯେ- ଡାକ୍ତରମାନେ ହେଉଛନ୍ତି ଦ୍ୱିତୀୟ ଭଗବାନ । ସେମାନଙ୍କ ବିରୋଧରେ ଏଭଳି ଲଜ୍ଜାଜନକ ଘଟଣାକୁ ହାଲ୍କା ଭାବେ ନିଆଯିବନି । ଆମ ନଜରକୁ ଏହା ଆସିବା କ୍ଷଣି ଆମେ ତୁରନ୍ତ କାର୍ଯ୍ୟାନୁÂାନ ଗ୍ରହଣ କରିଛୁ । ଅଭିଯୁକ୍ତକୁ ଗିରଫ କରାଯାଇଛି । ହସ୍ପିଟାଲ୍ର ସୁରକ୍ଷାକୁ ଅଧିକ ସଜାଗ ରହିବାକୁ କୁହାଯାଇଛି ଯାହାଦ୍ୱାରା ଏଭଳି ଘଟଣାର ପୁନରାବୃତ୍ତିକୁ ରୋକାଯାଇ ପାରିବ ।
ତେବେ ଅଭିଯୁକ୍ତ ତାରିଣୀ ମହାପାତ୍ର ଘଟଣାକୁ ଅସ୍ୱୀକାର କରି କହିଛନ୍ତି ଯେ, ମୁଁ ଆଦୌ ଡାକ୍ତରଙ୍କ କାନକୁ କାମୁଡି ନାହିଁ । ଡାକ୍ତର ଏବଂ ମୋ ମଧ୍ୟରେ ସାମାନ୍ୟ ଘଟଣାକୁ ନେଇ ପାଟିତୁଣ୍ଡ ହେବା ସହ ଠେଲାପେଲା ହୋଇଥିଲା । ସେମାନେ ମୋତେ ଓ ମୋ ଶାଶୁ ଓ ଶ୍ୱଶୁରଙ୍କୁ ଆକ୍ରମଣ କରିଥିଲେ । ଯାହା ଫଳରେ ଘଟଣା ଏତେବଡ ହେଲା । ଘଟଣା ପରେ ମୋ ପନôୀଙ୍କୁ ଚିକିତ୍ସା କରିନଥିବା ଯୋଗୁଁ ତାଙ୍କୁ ପୁଣି ଏକ ଘରୋଇ ହସ୍ପିଟାଲ୍କୁ ନିଆଯାଇଛି ବୋଲି ସେ କହିଛନ୍ତି । ତାରିଣୀଙ୍କ ସେଠାରେ ଏକ ଝିଅ ଜନ୍ମ ହୋଇଥିବା ପରିବାର ଲୋକେ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.