ଖୋର୍ଦ୍ଧା,(ବି.ବି.ନୁ୍ୟଜ୍): ବହୁଚର୍ଚ୍ଚିତ ଡା.ମାନସ ଦାସଙ୍କୁ ଗୁଳିମାଡ଼ ଘଟଣାରେ ଖୋର୍ଦ୍ଧା ପୁଲିସ ଆଜି ସନ୍ଦିଗ୍ଧର ସ୍କେଚ୍ ଜାରି କରିଛି ଜିଲ୍ଲା ପୁଲିସ । ସନ୍ଦିଗ୍ଧର ବୟସ ଆନୁମାନିକ ୪୫ ବର୍ଷ ବୋଲି ପୁଲିସ୍ ସୂଚନା ଦେଇଛି । ଏ ସମ୍ପର୍କରେ ସୂଚନା ଦେଲେ ଅର୍ଥରାଶି ପୁରସ୍କାର ଦିଆଯିବ ବୋଲି ଏସ୍ପି ଅଜେୟ ପ୍ରତାପ ସ୍ୱାଇଁ କହିଛନ୍ତି ।
ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା । ଜାରି ହୋଇଥିବା ସ୍କେଚ୍ରେ ସନ୍ଦିଗ୍ଧ ଏକ ନୀଳରଙ୍ଗର ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି । କାନ୍ଧରେ ଏକ ଝୁଲାମୁଣି ପକାଇବା ସମେତ ମୁହଁରେ ମଙ୍କି କ୍ୟାପ୍ ମଡ଼ାଇଛି । ତେବେ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ଶ୍ରୀ ସ୍ୱାଇଁ କହିଛନ୍ତି, ଯିଏ ଏହି ଅଭିଯୁକ୍ତ ସମ୍ପର୍କରେ ସୂଚନା ଦେବ କିମ୍ବା ତାକୁ ଧରିବାରେ ପୁଲିସର ସହାୟତା କରିବ, ତାଙ୍କ ପରିଚୟ ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ । ଏହାପରେ ଉପଯୁକ୍ତ ଅର୍ଥରାଶି ପୁରସ୍କୃତ କରାଯିବ ବୋଲି ସୂଚନା ଦେଇଛନ୍ତି । ଡାକ୍ତରଙ୍କୁ ଗୁଳିମାଡ଼ ପଛରେ କଣ ରହସ୍ୟ ରହିଛି, ତାହାର କିଛି ଠୋସ ପ୍ରମାଣ ପୁଲିସ ହାତରେ ଲାଗିନଥିବା କଥାକୁ ଏସପି ଶ୍ରୀ ସ୍ୱାଇଁ ସ୍ୱୀକାର କରିଛନ୍ତି । ସମ୍ମିଳନୀରେ ଏସଡ଼ିପିଓ ସୁଶୀଲ ମିଶ୍ର, ଥାନା ଅଧିକାରୀ ଉମା ଶଙ୍କର ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ସେପଟେ ଡ଼ା.ଦାସଙ୍କୁ ଗୁଳିମାଡ଼ ଘଟଣାକୁ ୧୮ ଦିନ ବିତିଲାଣି । ହେଲେ ଏଯାଏଁ ପୁଲିସ ଅଭିଯୁକ୍ତର ପତ୍ତା ଲଗାଇ ପାରିନି । ପୁଲିସ ଅଭିଯୁକ୍ତର ଫଟୋଚିତ୍ର କ୍ଲିନିକ୍ର ସିସିକ୍ୟାମେରାରୁ ଘଟଣାଦିନ ହିଁ ପାଇସାରିଥିଲା । ଆଜି ଏ ସମ୍ପର୍କିତ ସ୍କେଚ୍କୁ ସାର୍ବଜନୀନ କରିଛି ।
ଆକ୍ରମଣ ପଛରେ ଜଣେ ସୁପାରିକିଲର ହାତ ଥିବା ପୁଲିସ ପ୍ରଥମେ କହିଥିଲା । ଡାକ୍ତର ମାନସ ଦାସଙ୍କୁ ମଧ୍ୟ ଗୁଳିମାଡ଼ ସମ୍ପର୍କରେ ପଚରାଉଚରା କରିଥିଲା । ଆକ୍ରମଣ ପଛର କାରଣ ଓ ଗୁଳିମାଡ଼ ସମ୍ପର୍କରେ ଅନେକ ତଥ୍ୟ ମିଳିବ ବୋଲି ଆଶା ରଖିଥିଲା । ହେଲେ ଡାକ୍ତରଙ୍କ ମାନସିକ ଅବସ୍ଥା ଠିକ୍ ନଥିବାରୁ ସେଭଳି ପ୍ରମାଣ କି ତଥ୍ୟ ପୁଲିସ ଡାକ୍ତରଙ୍କଠାରୁ ପାଇପାରିନି । ତଥାପି ଡା. ମାନସ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଉନ୍ନତି ଆସିଲେ ଗୁଳିମାଡ଼ ଘଟଣାର ତଥ୍ୟ ପାଇବା ନେଇ ପୁଲିସ ଆଶାବାଦୀ ରହିଛି ।
ସେପଟେ ଘଟଣାରୁ ଜଣାଯାଇଛି ସ୍ଥାନୀୟ ଅଞ୍ଚଳ ଜଣେ ଜଣାଶୁଣା ବରିÂ ଶିଶୁ ବିଶେଷଜ୍ଞ ଡ଼ାକ୍ତର ଭାବେ ଡା. ମାନସ ଦାସ ବେଶ ପରିଚିତ । ସେ ଖୋର୍ଦ୍ଧା, ବଉଦ, ଜଟଣୀର ସରକାରୀ ଡ଼ାକ୍ତରଖାନାରେ କାର୍ଯ୍ୟରତ ଥାଇ ମଧ୍ୟ ଖୋର୍ଦ୍ଧା ସହରର ବିଭିନ୍ନ ସ୍ଥାନରେ ଘରୋଇ କ୍ଳିନିକରେ ଚିକିସôା କରୁଥିଲେ । ବଉଦରୁ ଅବସର ନେବା ପରେ ବିଗତ ଏକ ବର୍ଷ ହେବ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ନିକଟରେ ଥିବା ନିଜସ୍ୱ ଘରୋଇ କ୍ଳିନିକ୍ରେ ରୋଗୀଙ୍କୁ ଦେଖୁଥିଲେ । କିନ୍ତୁ ଗତ ଡ଼ିସେମ୍ବର ମାସ ୧୫ ତାରିଖ ପ୍ରାୟ ସନ୍ଧ୍ୟା ୭ଟା ୨୦ ମିନିଟରେ ଦୁର୍ବୃତ୍ତ ଆସିଥିଲା । ଡା. ଦାସ କ୍ଳିନିକରେ ରୋଗୀ ଚିକିସôା କରୁଥିବା ବେଳେ ହଠାତ ଉକ୍ତ ପ୍ରକୋÂରେ ପ୍ରବେଶ କରି ଆଖିବୁଜା ତାଙ୍କ ଉପରକୁ ଗୁଳିଚାଳନା କରିଥିଲା । ଦୁର୍ବୃତ୍ତଙ୍କ ଗୁଳିକାଣ୍ଡରେ ଔଷଧ ଦୋକାନୀ କୃଷ୍ଣଚନ୍ଦ୍ର ସାହୁଙ୍କ ମୃତୁ୍ୟ ଘଟିଥିଲା । ଘଟଣା ପରେ ଔଷଧ ଦୋକାନୀ ସଂଘ ଆନେ୍ଦାଳନ କରି ଅଭିଯୁକ୍ତକୁ ଧରିବାକୁ ଦାବି କରିଥିଲେ । ଘଟଣା ଦିନ ନିଜେ ଏସପି ଅଜେୟ ପ୍ରତାପ ସ୍ୱାଇଁ ଘଟଣାସ୍ଥଳରେ ତଦନ୍ତ କଲା ବେଳେ ସାଇଣ୍ଟିଫିକ୍ ଟିମର ସହାୟତା ନେଇଥିଲେ । ପରଦିନ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଗୁଳିମାଡ଼ ଘଟଣାକୁ ପୁଲିସ ଗମ୍ଭୀରତାର ସହ ତଦନ୍ତ କରୁଥିବା ପ୍ରକାଶ କରିଥିଲେ । ଗୁଳିମାଡ଼ ପଛର କାରଣ ଏବଂ ଅଭିଯୁକ୍ତକୁ ଗିରଫ କରିବାକୁ ଜିଲ୍ଲା ପୁଲିସ ତରଫରୁ ୪ ଟିମ୍ ଗଠନ କରା ଯାଇଥିଲା । ଟିମ୍ ସିସିଟିଭି ଫୁଟେଜ ଅନୁସାରେ କୋଦଳା, ବ୍ରହ୍ମପୁର, ରାଉରକେଲା, ଭଞ୍ଜନଗର, ରଣପୁର, ନୟାଗଡ଼, ଚୈାଦ୍ୱାର, ଝାଡ଼ପଡ଼ା ପ୍ରମୁଖ ଜେଲ ଗୁଡ଼ିକରେ ସନ୍ଦିଗ୍ଧ ସୁରାକ ପାଇବା ଆଶାରେ ଖୋଜାଲୋଡ଼ା କରିଥିଲେ ।


Comments are closed, but trackbacks and pingbacks are open.