ଡାକ୍ତର ସନାତନ ରଥଙ୍କ ପରଲୋକ

Get real time updates directly on you device, subscribe now.

କଟକ, (ବି.ବି.ନୁ୍ୟଜ୍): ବିଶିଷ୍ଟ ନୁ୍ୟରୋ ସର୍ଜନ ପ୍ରଫେସର ଡାକ୍ତର ସନାତନ ରଥଙ୍କ ଆଜି ସକାଳେ ପରଲୋକ ହୋଇଯାଇଛି । କଟକ କନିକା ଛକ ସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ମୃତୁ୍ୟ ବେଳକୁତାଙ୍କୁ ୮୬ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ସନାନତନ ରଥ ବାଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ସେ ଜଣେ ନୁ୍ୟରୋ ସ୍ପେଶାଲିଷ୍ଟ ଭାବେ ରାଜ୍ୟ ଓ ରାଜ୍ୟ ବାହାରେ ବେଶ୍ ଜଣାଶୁଣା ଥିଲେ । ସେ ବହୁ ବିରଳ ଅପରେସନ କରି ସଫଳ ହୋଇଥିଲେ । ଏହା ସହ ଓଡ଼ିଶାକୁ ପ୍ରଥମ ସିଟି ସ୍କାନ ମେସିନ୍ ପ୍ରଫେସର ରଥଙ୍କ ଉଦ୍ୟମରେ ଆସିଥିଲା । ସେ ତାଙ୍କ ଜୀବନ କାଳରେଅନେକ ନୁ୍ୟରୋ ସର୍ଜନ ସୃଷ୍ଟି କରିଥିଲେ । ସନାତନ ରଥ କେବଳ ଜଣେ ଡାକ୍ତର ଭାବେ ଯେ ଖ୍ୟାତି ଅର୍ଜନ କରିଥିଲେ ତାହା ନୁହେଁ , ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ ହୋଇ ସୁନାମ ମଧ୍ୟ ଅର୍ଜନ କରିଥିଲେ । ଡାକ୍ତର ରଥଙ୍କ ମୃତୁ୍ୟ ପରେ ତୁଳସୀପୁର କନିକା ରୋଡଠାରେ ଥିବା ତାଙ୍କ ବାସଭବନରେ ବହୁ ବିଶିଷ୍ଟ ବ୍ୟକ୍ତିପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons