
ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ):ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବୈରବ ଡିଗ୍ରୀ ମହାବିଦ୍ୟାଳୟରେ ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବୈରବ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ଓ ମୂଖ୍ୟ ଅତିଥି ତଥା ସମ୍ମାନିତ ଅତିଥି ଭାବେ ଡାବୁଗାଁ ବିଡ଼ିଓ ରଞ୍ଜିତା ମେରୀ ନାୟକ, ଡାବୁଗାଁ ତହସିଲ ଦାର ସନ୍ଧ୍ୟା ସମରଥ ଶିବିର କୁ ପ୍ରଦ୍ୱୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ। ଦିନକୁ ଦିନ ବାଳିକା ତଥା ନାରୀ ମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ତଥା ନିଜକୁ ସୁରକ୍ଷିତ ରଖିବା ପାଇଁ ଆତ୍ମସୁରକ୍ଷା ଅତ୍ୟନ୍ତ ଜରୁରୀ ହୋଇ ପଡିଛି ଫଳରେ ଏହି ଆତ୍ମ ସୁରକ୍ଷା ବଳରେ ନିଜକୁ ନିଜେ ସୁରକ୍ଷିତ ରଖିବା ସହଜ ହୋଇ ଥାଏ ବୋଲି ଅଧ୍ୟକ୍ଷ ମତ ରଖିଥିଲେ। ଆଜିର ଏହି ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ ଯୋଗ ଦେଇଥିଲେ।ସେମାନଙ୍କୁ ଏହି ଆତ୍ମ ସୁରକ୍ଷାର ସମସ୍ତ କୌଶଳ ଏବଂ ପ୍ରଶିକ୍ଷଣ ମହାବିଦ୍ୟାଳୟର ପ୍ରୋଗ୍ରାମ କୋ ଅର୍ଡିନେଟର ଦେଖାଇଥିଲେ। ଆଜିର ଏହି ଶିବିର ଉଦଘାଟନ ହୋଇଥିବା ବେଳେ ଏହି ଶିବିର ଆସନ୍ତା କାଲି ଉଦଯାପିତ ହେବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କ ନିକଟରୁ ପ୍ରକାଶ। ଆସନ୍ତା ଏକ ମାସ ପର୍ୟ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଚାଲିବ ବୋଲି ସୂଚନା ମିଳିଛି। ଏହି ମହାବିଦ୍ୟାଳୟ ର ୨୭୦ ଜଣ ଛାତ୍ରୀ କୁ ନେଇ ୯ ଟି ଗ୍ରୃପ ରେ ବିଭକ୍ତ କରି ତାଲିମ୍ ପ୍ରଦାନ କରାଯିବ।ଆଜିର ଏହି ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟର ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ପୁଷ୍ପାଞ୍ଜଳି ସାହୁ,ସଂଯୋଦିକା ଚନ୍ଦନା ପଣ୍ଡା ,ଶଙ୍କର ଗନ୍ତାୟତ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed, but trackbacks and pingbacks are open.