ଡିଆରଡିଏ ଯନ୍ତ୍ରୀ ଗିରଫ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା (ଡିଆର୍ଡିଏ)ର କନିÂ ଯନ୍ତ୍ରୀ ତଥା ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀ ବିପିନ ବିହାରୀ ଦାଶ ସୋମବାର ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅପରାହ୍ନ ପ୍ରାୟ ସାଢେ଼ ୩ଟା ବେଳେ ଜଣେ ଠିକାଦାରଙ୍କଠାରୁ ମଧ୍ୟସ୍ଥି ଠିକାଦାରଙ୍କ ଜରିଆରେ ୧୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ପୂର୍ବରୁ ମଧ୍ୟ କନିÂ ଯନ୍ତ୍ରୀ ଶ୍ରୀ ଦାଶ ଆବାସ ଯୋଜନାରେ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ି ଜେଲ୍ ଯାଇଥିଲେ । ଏହି ମାମଲା ଏବେ କୋର୍ଟ୍ରେ ବିଚାରାଧୀନ ଥିବା ବେଳେ ପୁନଶ୍ଚ ଲାଞ୍ଚ ନେଇ ଧରାପଡ଼ିବା ଘଟଣା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ଉଭୟ କନିÂ ଯନ୍ତ୍ରୀ ଓ ଠିକାଦାର ମଧ୍ୟସ୍ଥିଙ୍କୁ ଭିଜିଲାନ୍ସ ବିଭାଗ କେସ୍ ନଂ. ୧୭/୨୦୨୦ରେ ଗିରଫ କରି କୋର୍ଟ୍ଚାଲାଣ କରିଛି । କୋର୍ଟ୍ରେ ଉଭୟଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି ।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୧୯ ମସିହାରେ ଢେଙ୍କାନାଳ ଜିଲ୍ଲାର କେତେକ ପଞ୍ଚାୟତରେ ଏଲ୍ଇଡି ଲାଇଟ୍ ଲାଗିବା ଉଦେ୍ଧଶ୍ୟରେ ଟେଣ୍ଡର୍ କରାଯାଇଥିଲା । ଏହାକୁ କଟକ ମଙ୍ଗଳାବାଗ ଅଞ୍ଚଳର ଆଖଣ୍ଡଳମଣି ଇଲେକ୍ଟ୍ରିକାଲ୍ ଆଣ୍ଡ କନଷ୍ଟ୍ରrନ ସଂସ୍ଥା ଟେଣ୍ଡର୍ ନେଇଥିଲା । ସଂସ୍ଥାର ପ୍ରୋଜେକ୍ଟ କୋର୍ଡିନେଟର ଭାବେ କାର୍ଯ୍ୟ କରୁଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ବଡ଼ମାଣଟିଆ ଗାଁର ଜଗମୋହନ ପଣ୍ଡା । ଠିକାଦାରୀ ସଂସ୍ଥା ଉକ୍ତ ଟେଣ୍ଡରକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାରୁ ୨ କୋଟି ୨୫ ଲକ୍ଷ ୬୫ ହଜାର ୫୨୦ ଟଙ୍କାରେ ଗତ ୨୬.୦୯.୨୦୧୯ ରିଖରେ କାର୍ଯ୍ୟାଦେଶ ପାଇଥିଲେ । ଯେଉଁଥିରେ କି ଢେଙ୍କାନାଳ ସଦର, ଓଡ଼ାପଡ଼ା, ଭୁବନ, ଗଁଦିଆ, କଙ୍କଡ଼ାହାଡ଼ ଓ ପରଜଙ୍ଗ ବ୍ଲକ୍ର ପ୍ରତି ପଞ୍ଚାୟତରେ ୧୦ଟି ଲେଖାଏଁ ଲାଇଟ୍ ଲାଗିବାର ବ୍ୟବସ୍ଥା ହୋଇଥିଲା । ଏଥିନିମନ୍ତେ ବିଲ୍ ପାସ୍ କରିବା ପାଇଁ ଦାୟିତ୍ୱରେ ଥିବା କନିÂ ଯନ୍ତ୍ରୀ ବିପିନ ବିହାରୀ ଦାଶ ପ୍ରୋଜେକ୍ଟ କୋର୍ଡିନେଟର ଶ୍ରୀ ପଣ୍ଡାଙ୍କୁ ୧.୫ ପ୍ରତିଶତ ହିସାବରେ ପିସି ନେବେ ଅଲିଖିତ ଚୁକ୍ତି କରିଥିଲେ । ପୂର୍ବରୁ ଏହି ବିଲ୍ ପାସ୍ ଉଦେ୍ଧଶ୍ୟରେ ୪ଟି କିସ୍ତିରେ ୧ ଲକ୍ଷ ୪ ହଜାର ଟଙ୍କା ଯନ୍ତ୍ରୀ ଶ୍ରୀ ଦାଶ ନେଇ ସାରିଥିଲେ । ୫ମ ଓ ୬Â ଦଫା ବିଲ୍ ପାସ୍ ପାଇଁ ୩୨ ହଜାର ଟଙ୍କା ପିସି ଧାର୍ଯ୍ୟ ହୋଇଥିଲା । ପିସି ନଦେଲେ ବିଲ୍ ପାସ୍ ହେବ ନାହିଁ ବୋଲି ଲାଞ୍ଚୁଆ ଯନ୍ତ୍ରୀ ରୋକଠୋକ୍ ଶୁଣାଇଥିଲେ । ସେଥି ନିମନ୍ତେ ସୋମବାର ୧୬ ହଜାର ଟଙ୍କା ଦେବେ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଏ ନେଇ ଶ୍ରୀ ପଣ୍ଡା ଢେଙ୍କାନାଳ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ ।
ଟଙ୍କା ସିଧାସଳଖ ନ ନେଇ ମଧ୍ୟସ୍ଥି ଜରିଆରେ ଟଙ୍କା ଦେବାପାଇଁ ଯନ୍ତ୍ରୀ ଶ୍ରୀ ଦାଶ ଠିକାଦାରଙ୍କୁ କହିଥିଲେ । ଏଥିପାଇଁ ଢେଙ୍କାନାଳ ସଦର ବ୍ଲକ୍ ଗୋବିନ୍ଦପୁର ଅଞ୍ଚଳର ଠିକାଦାର ଶକ୍ତି ପ୍ରସାଦ ମହାନ୍ତିଙ୍କୁ ମଧ୍ୟସ୍ଥି କରାଯାଇଥିଲା । ପୂର୍ବ ଯୋଜନା ଅନୁଯାୟୀ, ସୋମବାର ଅପରାହ୍ନ ପ୍ରାୟ ସାଢେ ୩ଟାରେ ଢେଙ୍କାନାଳ ଡିଆର୍ଡିଏ କାର୍ଯ୍ୟାଳୟରେ ଟଙ୍କା ଦେଣନେଣ ହୋଇଥିଲା । ମଧ୍ୟସ୍ଥି ଭାବରେ କାମ କରୁଥିବା ଶକ୍ତି ପ୍ରସାଦ ୧୬ ହଜାର ଟଙ୍କା ନେଇ ନିଜ ପ୍ୟାଣ୍ଟ୍ ପକେଟ୍ରେ ରଖିଥିଲେ । କାର୍ଯ୍ୟାଳୟରେ ଛକି ରହିଥିବା କଟକ ଓ ଢେଙ୍କାନାଳ ଭିଜିଲାନ୍ସ ମିଳିତ ଭାବରେ ଶକ୍ତିପ୍ରସାଦଙ୍କୁ କାବୁ କରି ରଙ୍ଗବୋଳା ଲାଞ୍ଚଟଙ୍କା ଜବତ କରିଥିଲେ । ତାଙ୍କୁ ପଚରାଉଚୁରା ପରେ ସେ ଯନ୍ତ୍ରୀ ବିପିନ ବିହାରୀଙ୍କ ପାଇଁ ଲାଞ୍ଚ ନେଉଥିବା ସ୍ୱୀକାର କରିଥିଲେ । ଏହାପରେ ଉଭୟଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରି ନିଜ ହେପାଜତକୁ ନେଇଥିଲା ।
ପୂର୍ବରୁ ମଧ୍ୟ କନିÂ ଯନ୍ତ୍ରୀ ବିପିନ ବିହାରୀ ସଦର ବ୍ଲକ୍ରେ କାର୍ଯ୍ୟ କରୁଥିବା ବେଳେ ଜଣେ ହିତାଧିକାରୀଙ୍କଠାରୁ ‘ଆବାସ’ ବିଲ୍ ପାସ୍ କରିବାକୁ ୨୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଥିଲେ । ଆଜି ଦ୍ୱିତୀୟ ଥର ପାଇଁ ଲାଞ୍ଚ ନେଇ ଗିରଫ ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି । ଭିଜିଲାନ୍ସ ବିପିନ୍ ବିହାରୀଙ୍କ କାର୍ଯ୍ୟାଳୟ ସମେତ ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ତାଙ୍କ ଘର, ଢେଙ୍କାନାଳ କେଶେରିଆସ୍ଥିତ ବଳଭଦ୍ରପୁର ଶାସନରେ ଥିବା ତାଙ୍କ ପୈତୃକ ଘର ଖାନତଲାସ କରିଛି । ଚଢାଉରେ କଟକ ଭିଜିଲାନ୍ସ ବିଭାଗର ଅତିରିକ୍ତ ଏସ୍ପି ତ୍ରିଲୋଚନ ସ୍ୱାଇଁ, ଇନିସ୍ପେକ୍ଟର ଅନୁପମା ସାହୁ, ବିଜୟ କୁମାର ସେଠୀଙ୍କ ସମେତ ଢେଙ୍କାନାଳ ଭିଜିଲାନ୍ସ ବିଭାଗର ଇନ୍ସପେକ୍ଟର ଅନିରୁଦ୍ଧ ନାୟକ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons