କଟକ: ପାରଳାଖେମୁଣ୍ଡି ଫରେଷ୍ଟ୍ ଡିଭିଜନ୍ର ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ରହସ୍ୟଜନକ ମୃତୁ୍ୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଚାଲିଛି । ଏହା ଏକ ହତ୍ୟାକାଣ୍ଡ ବୋଲି ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ସୌମ୍ୟ ରଞ୍ଜନଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଅଭିରାମ ମହାପାତ୍ର କହିଛନ୍ତି । ଏହା ପଛରେ ବୋହୂ ଏବଂ ସ୍ଥାନୀୟ ଡିଏଫ୍ଓଙ୍କ ସମେତ ଅନ୍ୟ କିଛି କର୍ମଚାରୀଙ୍କର ସମ୍ପୃକ୍ତି ରହିଛି ବୋଲି ଅଭିରାମ ଅଭିଯୋଗ କରିଛନ୍ତି । ଉକ୍ତ ଘଟଣାର ସତ୍ୟାସତ୍ୟ ପର୍ଦ୍ଧାଫାସ କରିବା ସହ ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ଲାଗି ବାପା ଅଭିରାମ ଆଜି କଟକସ୍ଥିତ ରାଜ୍ୟ ପୁଲିସ୍ ମୁଖ୍ୟାଳୟରେ ଡିଜିଙ୍କୁ ଭେଟି ଦାବି କରିଛନ୍ତି । ଏହି ମାମଲାରେ ନ୍ୟାୟ ପ୍ରଦାନ କରିବା ପାଇଁ ଡିଜିଙ୍କ ନିକଟରେ ଶୋକସନ୍ତପ୍ତ ବାପା ଗୁହାରି କରିଛନ୍ତି । ସୌମ୍ୟ ରଞ୍ଜନଙ୍କର ମୃତୁ୍ୟ ପୂର୍ବର ଏବଂ ପରବର୍ତ୍ତୀ ଘଟଣା ସମ୍ପର୍କରେ ଅଭିରାମ ଡିଜିଙ୍କୁ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି । ତେବେ ଘଟଣାର ତଦନ୍ତ ଚାଲିଛି । ତଦନ୍ତରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁÂାନ ଗ୍ରହଣ କରାଯିବ ବୋଲି ଅଭିରାମଙ୍କୁ ଡିଜି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।
ଅଭିରାମଙ୍କ କହିବା କଥା, ପୁଅ ସୌମ୍ୟରଞ୍ଜନ ବୋହୂ ସହ ପାରଳାଖେମୁଣ୍ଡି ସରକାରୀ କ୍ୱାର୍ଟର୍ସରେ ରହୁଥିଲେ । ସୌମ୍ୟରଞ୍ଜନଙ୍କୁ ନିଜ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ମନ୍ଦ ଉଦେ୍ଧଶ୍ୟ ରଖି ବିଭିନ୍ନ ସମୟରେ ହଇରାଣ କରୁଥିଲେ । ଏମିତିକି ପୁଅବୋହୂଙ୍କ ବିବାଦରେ ଡିଏଫ୍ଓ ହସ୍ତକ୍ଷେପ କରି ବୁଝାମଣା କରିବା ନାଁରେ ଅଧିକ ବିବାଦ ସୃଷ୍ଟି କରୁଥିଲେ ବୋଲି ଅଭିରାମ ଅଭିଯୋଗ କରିଛନ୍ତି । ଉପରିସ୍ଥ ଅଧିକାରୀ ମନ୍ଦ ଉଦେ୍ଧଶ୍ୟ ରଖି ପୁଅକୁ ଦୂରକୁ ରାତିରେ ଜାଣିଶୁଣି ଡୁ୍ୟଟି କରିବା ପାଇଁ ପଠାଉଥିଲେ ବୋଲି ପରିବାର ଲୋକେ କହିଛନ୍ତି । ଏମିତିକି ଅନ୍ୟମାନଙ୍କ କଥାରେ ବୋହୂ ସୌମ୍ୟରଞ୍ଜନଙ୍କୁ ମାନସିକ ନିର୍ଯାତନା ଦେଇଆସୁଥିଲେ । ଗତ ୧୨ ତାରିଖରେ ପୁଅ ପୋଡ଼ି ହୋଇଥିବା ସମ୍ପର୍କରେ ପରିବାର ପାଖକୁ ଆସିଥିବା ଫୋନ୍ ଏବଂ ବୋହୂର ପ୍ରତିକ୍ରିୟା ମୋ ମନରେ ସନେ୍ଦହ ସୃଷ୍ଟି କରିଥିଲା । ପାରିପାଶ୍ୱର୍ିକ ସ୍ଥିତି ଏବଂ ପୂର୍ବାପର ଘଟଣାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିରାମ କହିଛନ୍ତି । ଅନ୍ୟପକ୍ଷରେ ସୌମ୍ୟରଞ୍ଜନ ପୋଡ଼ି ହୋଇଯିବା ପରେ ତାଙ୍କୁ ପାରଳାଖେମୁଣ୍ଡି ନିକଟ ବିଶାଖାପାଟଣାରେ ଥିବା ଡାକ୍ତରଖାନାକୁ ନ ନେଇ କଟକକୁ ପଠାଇବା ଅବହେଳାକୁ ପ୍ରମାଣିତ କରିଛି ବୋଲି ସମ୍ପର୍କୀୟମାନେ କହିଛନ୍ତି । କଟକରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧାନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କ ମୃତୁ୍ୟ ପରେ ବୋହୂ ଏବଂ ଶ୍ୱଶୁର ଘର ଲୋକେ ପଳାଇବା ଘଟଣା ତାଙ୍କ ମନରେ ଅଧିକ ସନେ୍ଦହ ସୃଷ୍ଟି କରୁଛି ବୋଲି ଅଭିରାମ ଡିଜିଙ୍କୁ ଜଣାଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.