ଡିଭିଜ୍ ଲ୍ୟାବ୍ ସିଏମ୍ଡିଙ୍କ ଦରମା ୫୮ କୋଟି

Get real time updates directly on you device, subscribe now.

ହାଇଦ୍ରାବାଦ: ଭାରତର ଅନ୍ୟତମ ପ୍ରମୁଖ ଔଷଧନିର୍ମାତା ଡିଭିଜ୍ ଲାବୋରେଟୋରିଜ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ (ସିଏମ୍ଡି) ମୁରଲୀ କେ ଡିଭି ୨୦୧୮-୧୯ରେ ବେତନ ଓ କମିଶନ ବାବଦରେ ମୋଟ ୫୮.୮୦ କୋଟି ଟଙ୍କା ପାରିଶ୍ରମିକ ପାଇଚନ୍ତି । ଭାରତରେ ଥିବା ଔଷଧକମ୍ପାନିଗୁଡ଼ିକ ମଧ୍ୟରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି । କମ୍ପାନିର ବାର୍ଷିକ ରିପୋର୍ଟ ମୁତାବକ ମୁରଲୀଙ୍କ ପାରିଶ୍ରମିକ ଗତବର୍ଷ ତୁଳନାରେ ୪୬.୩୦ଧ ବୃଦ୍ଧି ପାଇଛି ।
ଡିଭିଜ୍ ଲାବୋରେଟୋରିଜ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଏନ୍ ଭି ରମଣ ୨୦୧୮-୧୯ରେ ୩୦ କୋଟି ଟଙ୍କା ଏବଂ ମୁରଲୀ ଡିଭିଙ୍କ ପୁଅ ତଥା ସ୍ଥାୟୀ ନିର୍ଦ୍ଦେଶକ କିରଣ ଏସ୍ ଡିଭି ୨୦ କୋଟି ଟଙ୍କା ପାରିଶ୍ରମିକ ପାଇଛନ୍ତି । ମୁରଲୀ ଡିଭିଙ୍କୁ କମିଶନ ହିସାବରେ ୫୭.୬୧ କୋଟି ଟଙ୍କା ମିଳିଥିବା ଜଣାପଡ଼ିଛି ।
୨୦୧୭-୧୮ ଆର୍ଥିକବର୍ଷରେ ମୁରଲୀ ଡିଭିଙ୍କୁ ୪୦.୨୦ କୋଟି ଟଙ୍କାର ପାରିଶ୍ରମିକ ମିଳିଥିଲା, ଯେଉଁଥିରେ ୩୯ କୋଟି ଟଙ୍କା କମିଶନ ଆକାରରେ ଥିଲା । କମ୍ପାନିର କର୍ମଚାରୀମାନଙ୍କ ବେତନ ଏହି ସମୟରେ ମାତ୍ର ୩.୯୬% ବୃଦ୍ଧି ପାଇଥିଲା । ୨୦୧୮-୧୯ରେ କମ୍ପାନିର ଟିକସ ପରବର୍ଞ୍ଚୀ ନିଟ୍ ଲାଭ ୧,୩୩୩ କୋଟି ଟଙ୍କା ଥିଲା । ରାଜସ୍ୱ ଆୟ ପରିମାଣ ୫,୦୩୬ କୋଟି ଟଙ୍କା ଥିଲା ।
ଅନ୍ୟପକ୍ଷରେ ଭାରତର ସର୍ବବୃହତ୍ ଫାର୍ମା କମ୍ପାନି ସନ୍ ଫାର୍ମାସ୍ୟୁଟିକାଲ୍ସର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦିଲୀପ ସାଂଘଭି ୨୦୧୮-୧୯ ଆର୍ଥିକବର୍ଷରେ ଦରମା ବାବଦରେ ୧ ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ବାବଦରେ ୨,୬୨,୮୦୦ ଟଙ୍କା ଘରକୁ ନେଇଥିଲେ । ଦେଶର ଦ୍ୱିତୀୟ ବୃହତ୍ ଫାର୍ମା କମ୍ପାନି (ରାଜସ୍ୱ ଆୟ ଦୃଷ୍ଟିରୁ) ଅରବିନ୍ଦ ଫାର୍ମା ଏହାର ପରିଚାଳନା ନିର୍ଦ୍ଦେଶକ ଏନ୍ ଗୋବିନ୍ଦରାଜନ୍ଙ୍କୁ ପାରିଶ୍ରମିକ ହିସାବରେ ୧୪.୬ କୋଟି ଟଙ୍କା ଦେଇଥିଲା ।
ସେହିଭଳି ଡକ୍ଟର ରେଡିସ୍ ଲାବୋରେଟୋରିଜ୍ର ସହ ଅଧ୍ୟକ୍ଷ, ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଜି ଭି ପ୍ରସାଦ ଆଲୋଚ୍ୟ ଆର୍ଥିକବର୍ଷରେ ୧୨.୪ କୋଟି ଟଙ୍କାର ପାରିଶ୍ରମିକ ପାଇଥିଲେ । ୨୦୧୭-୧୮ରେ ତାଙ୍କୁ ୭.୭୫ କୋଟି ଟଙ୍କାର ପାରିଶ୍ରମିକ ମିଳିଥିଲା । ଚଳିତବର୍ଷ ଅଗଷ୍ଟ ୧ରେ କମ୍ପାନିର ସିଇଓ ଭାବେ ପ୍ରସାଦଙ୍କ ସ୍ଥାନ ନେଇଥିଲେ ଇରେଜ୍ ଇଜ୍ରାଏଲ ।
ସିପ୍ଲା ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ତଥା ଅନ୍ତର୍ଜାତୀୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉମଙ୍ଗ ଭୋରା ୨୦୧୭-୧୮ ତୁଳନାରେ ୨୦୧୮-୧୯ରେ ୨୦.୨୩ କମ୍ ପାରିଶ୍ରମିକ ପାଇଥିଲେ । ୨୦୧୭-୧୮ରେ ତାଙ୍କୁ ୧୮.୮୫ କୋଟି ଟଙ୍କା ମିଳିଥିଲା ବେଳେ ୨୦୧୮-୧୯ରେ ଏହା ୧୫.୦୩ କୋଟି ଟଙ୍କାକୁ ହ୍ରାସ ପାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons