ଛତ୍ରପୁର,(ବି.ବି.ନୁ୍ୟଜ୍): ଆସନ୍ତା ଡିସେମ୍ବର ସୁଦ୍ଧା ଜାତୀୟ ରାଜପଥରେ ଲାଗିବ ସିସିଟିଭି କ୍ୟାମେରା । କେଶପୁରଠାରୁ ରଣ୍ଢା ଛକ ପର୍ଯ୍ୟନ୍ତ ୭୦ କିମି ଦୈର୍ଘ୍ୟ ଜାତୀୟ ରାଜପଥୀ ଉଭୟ ପାଶ୍ୱର୍ରେ ସିସିଟିଭି କ୍ୟାମେରା ଲାଗିବ । ଏହି ସିସିଟିଭିର ନିୟନ୍ତ୍ରଣ କକ୍ଷ ହଳଦିଆପଦର ଓ ଛତ୍ରପୁରରେ ରହିବ । ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ଜିଲାପାଳଙ୍କ ପ୍ରସ୍ତବକୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ସମ୍ମତ ନହେବାରୁ ଜିଲାପାଳ କ୍ଷୁବ୍ଧ ହୋଇଥିଲେ । ଛତ୍ରପୁର ଓ ହଳଦିଆପଦରରେ ସ୍ଥାନ ଚିହ୍ନଟ କରାଯିବ ଏବଂ ସେଠାରେ ନିୟନ୍ତ୍ରଣ କକ୍ଷ କରିବା ପାଇଁ ବାଧ୍ୟ ବୋଲି ଜିଲାପାଳ ଏନଏଚ କର୍ତ୍ତୃପକ୍ଷଙ୍କୁ ରୋକ୍ଠୋକ୍ କହିଥିଲେ ।
ଆଜି ଜିଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଥିଲା । ଏଥିରେ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଯୋଗ ଦେଇଥିଲେ । ଦୁର୍ଘଟଣା ପ୍ରବଣ ସ୍ଥାନ ସମ୍ପର୍କରେ ଏସ୍ପି ରୟ ସୂଚନା ଦେଇ ଏହାର ନିରାକରଣ ଓ ସତର୍କତାମୂଳକ ପଦକ୍ଷେପ ସମ୍ପର୍କରେ କହିଥିଲେ । ଆସନ୍ତା ବୈଠକରେ ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି । ଜାତୀୟ ରାଜପଥ ଉପରୁ ଗାଈଗୋରୁ ହଟାଇବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ରାଜପଥର ଗୋଟିଏ ପାଶ୍ୱର୍ରୁ ବିପରୀତ ପାଶ୍ୱର୍କୁ ମନଇଛା ଯାତାୟାତ ବନ୍ଦ କରିବାକୁ ସ୍ଥାନୀୟ ପୁଲିସକୁ ନିଦେ୍ର୍ଧଶ ଦିଆଯାଇଛି । ବ୍ରହ୍ମପୁର ଓ ଛତ୍ରପୁର ବ୍ୟତିତ ହୁମ୍ମାଠାରେ ଅଣ୍ଡରପାସ୍ ରାସ୍ତା କରାଯିବ । ଲୋକମାନେ ମନଇଛା ରାସ୍ତାରେ ହମ୍ପ୍ସ୍ କଲେ କନିÂ ଯନ୍ତ୍ରୀ ଉପରେ କାର୍ଯ୍ୟାନୁÂାନ ହେବ । ରଣ୍ଡା ଛକଠାରେ ଅଣ୍ଡରପାସ୍ କରାଯିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯିବ । ପୁଲିସ ସହାୟତା ନମ୍ବର ୧୦୦ ଅଧିକ ସ୍ଥାନର ଲେଖାଯିବ । ଟ୍ରକ୍ଗୁଡିକର ନମ୍ବର ପ୍ଲେଟ ଏବଂ ଡ୍ରାଇଭିଂ ଲାଇସେନ୍ସ କଡ଼ାକଡ଼ି ଯାଞ୍ଚ ହେବ । ସ୍କୁଲ ଓ ଅଙ୍ଗନବାଡ଼ିକୁ ଛାଡ଼ି ଦେଲେ ଜାତୀୟ ରାଜପଥର ଅନ୍ୟ କୌଣସି ସ୍ଥାନରେ ହମ୍ପ୍ସ୍ ରହିବ ନାହିଁ । ଜିଲାରେ ଗତ ଜାନୁୟାରୀ ୨୦୧୯ରୁ ସେପ୍ଟେମ୍ବର ସୁଦ୍ଧା ୫୪୮ଟି ସଡ଼କ ଦୁର୍ଘଟଣା ଘଟିଛି । ସେଥିରେ ୨୯୯ ଜଣ ମୃତୁ୍ୟ ହୋଇଛି । କେବଳ ସେପ୍ଟେମ୍ବରରେ ୧୯ ଜଣଙ୍କ ମୃତୁ୍ୟ ହୋଇଛି । ସଡ଼କ ଦୁର୍ଘଟଣାକୁ ଶୂନ କରିବା ପାଇଁ ବୈଠକରେ ଜିଲାପାଳ ଗୁରୁତ୍ୱରୋପ କରଛନ୍ତି । ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଭଞ୍ଜନଗର ଉପଜିଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ୍, ବ୍ରହ୍ମପୁର ଉପଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି, ଭଞ୍ଜନଗର ପରିବହନ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.