କୋଣାର୍କ,(ବି.ବି.ନୁ୍ୟଜ):କୋଭିଡ୍ ଗାଇଡ୍ଲାଇନ ଅନୁଯାୟୀ ଆସନ୍ତା ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ଓ ୨୩ତମ ବାଲୁକା କଳା ଉତ୍ସବ ଅନୁଷ୍ଟିତ ହେବ । ପର୍ଯ୍ୟଟନ ମନ୍ତୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ଓଟିଡିସି ମିଳିତ ଆନୁକୂଲ୍ୟରେ ମୁକ୍ତାକାଶ ରଙ୍ଗମଞ୍ଚରେ ଶାସ୍ତ୍ରୀୟ ନୃତ୍ୟ ଓ ସଂଗୀତ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥି ନିମନ୍ତେ ସୋମବାର ପୂର୍ବାହ୍ନରେ ସ୍ଥାନୀୟ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ସାମାଜିକ ଦୂରତା ରକ୍ଷା ସହ ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଯାଇଛି । ପର୍ଯ୍ୟଟନ ମନ୍ତ୍ରୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ଏହି ବୈଠକରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ପର୍ଯ୍ୟଟନ ସଚିବ ବିଶାଲ ଦେବ, ପର୍ଯ୍ୟଟନ ନିଦେ୍ର୍ଧଶକ ସଚିନ ରାମଚନ୍ଦ୍ର ଯାଦବ, ଜିଲ୍ଲାପାଳ ବଲୱନ୍ତ ସିଂ, ସଂସ୍କୃତି ବିଭାଗ ନିଦେ୍ର୍ଧଶକ ରଞ୍ଜନ କୁମାର ଦାଶ, ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସଂଧ୍ୟା ୬ଟାରୁ ରାତି ୮.୩୦ ପର୍ଯ୍ୟନ୍ତ ଓଡ଼ିଶୀ, ଭାରତନାଟ୍ୟମ, ମଣିପୁରୀ, କୁଚିପୁଡି, ମୋହିନୀଆଟ୍ଟମ, କଥକ ନୃତ୍ୟ ପ୍ରଦର୍ଶିତ ହେବ । ସେହିଭଳି ଚନ୍ଦ୍ରଭାଗା ବେଳାଭୂମିରେ ସକାଳ ୯ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଲୁକା କଳା ପ୍ରଦର୍ଶନୀ ହେବ । ଏଥର କରୋନା କଟକଣା ଯୋଗୁଁ ଷ୍ଟଲ କମାଇ ଦିଆଯାଇଛି । ୪୦ଷ୍ଟଲ ପରିବର୍ତ୍ତେ ୨୦ଟି ଷ୍ଟଲରେ ବିଭିନ୍ନ କଳାକୃତି ପ୍ରଦର୍ଶିତ ହେବ । ମାସ୍କ ଓ ସାମାଜିକ ଦୂରତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ମୀନାବଜାର, ଯାତ୍ରା ବାତିଲ ହୋଇଛି । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ମୁକ୍ତାକାଶ ରଙ୍ଗମଞ୍ଚରେ ସାମାଜିକ ଦୂରତା ରକ୍ଷା କରାଯାଇ ଗ୍ୟାଲେରୀରେ ଅଧା ଦର୍ଶକଙ୍କୁ ଅନୁମତି ମିଳିବ । ବିଭିନ୍ନ ସୋସିଆଲ ମିଡିଆରେ କୋଣାର୍କ ଉତ୍ସବର ସିଧା ପ୍ରାସାରଣ କରାଯିବ ବୋଲି ନିଦେ୍ର୍ଧଶକ ୀଯାଦବ କହିଥିଲେ ।


Comments are closed, but trackbacks and pingbacks are open.