ସାନଖେମୁଣ୍ଡି : କରୋନା କଟକଣା ଓ ଜିଲ୍ଲା ପ୍ରଶାସନର ମାର୍ଗଦର୍ଶିକାକୁ ଉଲ୍ଲଂଘନ କରି ଜନବହୁଳ ଡ଼େଙ୍ଗାଉସ୍ତା ବଜାରରେ ଚାଲିଥିବା ବେଆଇନ ବାଣ ବ୍ୟବସାୟ ଉପରେ ପୁଲିସ ପୋଲିସ ଅତର୍କିତ ଚଢ଼ାଉ କରିଛି। ଲକ୍ଷଲକ୍ଷ ଟଙ୍କାର ବାଣ ଜବତ କରିବା ସହ ଦୁଇ ଜଣବ୍ୟବସାୟୀଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁଯାୟୀ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଡ଼େଙ୍ଗାଉସ୍ତା ବଜାରରେ ପାଟପୁର ଓ ଦିଗପହଣ୍ଡି ପୁଲିସ ଶୁକ୍ରବାର ରାତିରେ ଚଢ଼ାଉ କରି ବିପୁଳ ପରିମାଣରେ ଲକ୍ଷାଧିକ ଟଙ୍କାର ବାଣ ଜବତ କରିବା ସହ ଦୁଇ ଜଣ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ବ୍ୟବସାୟୀ ୟୁ. କୈଳାସ ପାତ୍ରଙ୍କୁ ଦିଗପହଣ୍ଡି ପୁଲିସ ଗିରଫ କରିଥିଲା ବେଳେ ପାଟପୁର ପୁଲିସ ସୀମାଦ୍ରୀ ପାତ୍ରଙ୍କ ଦୋକାନ ଘରୁ ଦୁଇଟି ମାକ୍ସ ପିକଅପ ବୋଝେଇ ସହ ବିଭିନ୍ନ କିସମର ବାଣ ଜବତ କରିଛି। ଏଥି ସହହ ଲୋକନାଥ ପାତ୍ରକୁ ଗିରଫ କରିଛି।
କୈଳାସ ଓ ସୀମାଦ୍ରୀ ପାତ୍ରଙ୍କ ପୁଅ ଲୋକନାଥ ପାତ୍ର ବାଣ ବିକୁଥିବା ଖବର ପାଇ ପାଟପୁର ଆଇ ଆଇ ସି ଅଜୟ କୁମାର ବାରିକ ଏସ ଆଇ ଶୁଭ୍ରଜିତ ସାମନ୍ତରାୟ ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀ, ଏସ୍ଆଇ ସସ୍ମିତା ସେଠୀ, ଏଏସ୍ଆଇ ଗୋବିନ୍ଦ ମଲ୍ଲିକ ସଦଳବଳ ଡ଼େଙ୍ଗାଉସ୍ତାରେ ପୃଥକଭାବେ ଚଢ଼ାଉ କରି ଦୋକାନରେ ଖାନତଲାସ କରିଥିଲେ। ସେଠାରେ ବିକ୍ରି ପାଇଁ ବେଆଇନ ଭାବେ ମହଜୁଦ ଥିବା ବାଣ ପ୍ୟାକେଟ୍ଗୁଡ଼ିକୁ ପୋଲିସ ଜବତ କରିଥିଲା ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଜଣାଯାଇଛି। ଦୁଇ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ପକ୍ଷରୁ ମାମଲା ରୁଜୁ କରାଯାଇଛି।
Comments are closed, but trackbacks and pingbacks are open.