ଡେଙ୍ଗୁରେ ମା’ଙ୍କ ମୃତୁ୍ୟର ୮ ଦିନ ପରେ ଆଜି ପୁଅର ମୃତୁ୍ୟ

Get real time updates directly on you device, subscribe now.

ବାଲିଆପାଳ,(ବି.ବି.ନୁ୍ୟଜ୍): ବାଲିଆପାଳ ବ୍ଲକ ଜାମକୁଣ୍ଡା ପଞ୍ଚାୟତ ଜାମକୁଣ୍ଡା ଗ୍ରାମର ଶମ୍ଭୁନାଥ ପାତ୍ରଙ୍କ ପତ୍ନୀ ତୁଳସୀ ପାତ୍ର(୬୦)ଙ୍କର ଗତ ୧୨ ତାରିଖରେ ଡେଙ୍ଗୁରେ ମୃତୁ୍ୟ ହୋଇଥିଲା । ଶନିବାର ତାଙ୍କ ପୁତ୍ର ମନ୍ମଥ (୩୮)ଙ୍କର ଡେଙ୍ଗୁ ରୋଗରେ ମୃତୁ୍ୟ ହୋଇଛି । ତୁଳସୀଙ୍କ ଜ୍ୱର ନଛାଡ଼ିବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡେଙ୍ଗୁ ଚିହ୍ନଟ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । କଟକରେ ୩ ଦିନ ରହି ଗ୍ରାମକୁ ଫେରିବା ପରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ମନ୍ମଥଙ୍କୁ ଗତ ଶନିବାର ଦିନ ବାଲେଶ୍ୱର ନିଆଯାଇଥିଲା । ରବିବାର ଦିନ କଟକ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ଶନିବାର ସକାଳେ ତାଙ୍କର ମୃତୁ୍ୟ ହୋଇଯାଇଛି । ଅପରାହ୍ନରେ ମୃତ ଶରୀର ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଗ୍ରାମରେ ଏବେ ମଧ୍ୟ ଆହୁରି ଅନେକ ଲୋକ ଜ୍ୱରରେ ପୀଡ଼ିତ ଥିବାରୁ ସେମାନଙ୍କୁ ମଧ୍ୟ ଡେଙ୍ଗୁ ହୋଇଥିବା ସନେ୍ଦହ କରାଯାଉଛି । ଗ୍ରାମର ପରେଶ ପ୍ର%ାନ (୫୦), ରବୀନ୍ଦ୍ର ଜେନା (୩୮), ଶମ୍ଭୁନାଥ ପାତ୍ର (୭୦), ପର୍ଶୁରାମ ଭୂୟାଁ (୧୯)ଙ୍କର ରକ୍ତ ନମୁନାରୁ ଡେଙ୍ଗୁ ପଜିଟିଭ ବାହାରିଥିବା ଜଣାଯାଇଛି । ଏହି ଗ୍ରାମରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରହିଛି । ତେବେ ଏଠାରେ ଅବସ୍ଥାପିତ ଡାକ୍ତର ମାସରେ ଥରେ ଦୁଇଥର ଆସୁଥିବାରୁ ଲୋକମାନେ ଚିକିତ୍ସା ପାଇ ପାରୁ ନାହାନ୍ତି । ଏବେ ଡେଙ୍ଗୁ ମୃତୁ୍ୟକୁ ନେଇ ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons