ଡେମୋ ଦେଖାଇଲା ଅଭିଯୁକ୍ତ ସାଗର

Get real time updates directly on you device, subscribe now.

ଦଶପଲ୍ଲା: ନୟାଗଡ଼ ଜିଲ୍ଲା ବାଣିଗୋଛା ଥାନା ଅଧୀନ ଏକ ଗ୍ରାମର ୬ ବର୍ଷର ଶିଶୁକନ୍ୟାକୁ ବଳାକ୍ରାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସାଗର ଦଳେଇକୁ ପୁଲିସ ୩ ଦିନିଆ ରିମାଣ୍ଡରେ ଆଣି ପଚରାଉଚରା ଚଳାଇଛି । ରବିବାର ପୁଲିସ ଅଭିଯୁକ୍ତକୁ ଗାଁକୁ ନେଇଥିବାବେଳେ ସେଠାରେ ସେ ହତ୍ୟାକାଣ୍ଡର ଡେମୋ ଦେଖାଇଛି । କିଭଳି ଶିଶୁକନ୍ୟାକୁ ଖେଳିବା ସ୍ଥାନରୁ ଡାକି ବଳାକ୍ରାର ପରେ ହତ୍ୟାକରି ଫୋପାଡିଥିଲା ସେ ସମ୍ପର୍କରେ ସାଗର ପୁଲିସ୍କୁ ଡେମୋ ଦେଖାଇଥିଲା ।
ଶିଶୁକନ୍ୟାର ଅନ୍ତଃବସ୍ତ୍ରକୁ ପୁଲିସ ଆଜି ଯାଏ ଠାବ କରି ପାରିନଥିବାବେଳେ ଅଭିଯୁକ୍ତ ଏହାକୁ ଠାବ କରାଇଛି । ଘରକୁ ଲାଗି ରହିଥିବା ଏକ ଖୋଲା ସ୍ଥାନରୁ ଶିଶୁକନ୍ୟା ପିନ୍ଧିଥିବା ପ୍ୟାଣ୍ଟକୁ ପୁଲିସ ଜବତ କରିଛି । ପୂର୍ବାହ୍ନରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଉମାକାନ୍ତ ମଲ୍ଲିକଙ୍କ ସମେତ ଏସ୍ଡିପିଓ ଶୁଭେନ୍ଧୁ ସିହ୍ନା, ବାଣିଗୋଛା ଥାନା ଅଧିକାରୀ ବୈଦ୍ୟ ନାରାୟଣ ଭୋଇ, ଅତିରିକ୍ତ ତହସିଲଦାର କେ.ଭେଙ୍କଟେଶ୍ୱର ରାଓଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଗାଁରେ ପହଞ୍ଚôଥିଲେ । ପ୍ରଥମେ ଅଭିଯୁକ୍ତକୁ ନିଜ ଘରକୁ ନିଆଯାଇଥିଲା । ଏହାପରେ ସେ କିଭଳି ବଳାକ୍ରାର ଓ ହତ୍ୟାକାଣ୍ଡ ଭିଆଇଥିଲା ସେସବୁ ସ୍ଥାନ ଦେଖାଇବା ସହ ଅନ୍ତଃବସ୍ତ୍ରକୁ ଫୋପାଡିଥିବା ସ୍ଥାନକୁ ଚିହ୍ନଟ କରାଇଥିଲା । ପୁଲିସ ଅଭିଯୁକ୍ତକୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିଥିବାବେଳେ ସେ ଏଥିରେ ଅସହଯୋଗ କରୁଥିବା ଜଣାପଡିଛି । ଫଳରେ ପୁଲିସ ଯେଉଁସବୁ ତଥ୍ୟ ସଂଗ୍ରହ କରିବା କଥା ସେଥିରେ ସମସ୍ୟା ସୃଷ୍ଟି ହେଉଛି । ଯଦି ଆବଶ୍ୟକ ପଡେ଼ ଅଭିଯୁକ୍ତକୁ ପୁନର୍ବାର ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons