
ବଲାଙ୍ଗିର(ଗୁପ୍ତେଶ୍ୱର ପୁଷ୍ଟିଙ୍କ ରିପୋର୍ଟ): ଗେଟସରେବର ପାଖ ଧୋବା ପଡା ଡ୍ରେନରୁ ଏକ ମୃତ ଦେହ ପଡିଥିବା ଦେଖିବାକୁମିଳିଛି ତାଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଉଛି । ଯୁବକଙ୍କ ନାମ ‘ବାନି ସେକ’ ବୋଲି ଜଣାପଡିଛି ।
ମୃତ ଦେହ ପଡିଥିବା ପାଖ ଘରର ବିଭିନ୍ନ ସ୍ଥାନରେ ରକ୍ତ ଛିଟା ପଡିଛି । ପୁଲିସର କହିବା ଅନୁସାରେ, ପଶ୍ଚିମବଙ୍ଗରୁ ଆସି ୬ ଜଣ ଉକ୍ତ ଘରେ ରହି ରାଜମିସ୍ତ୍ରୀ କାମ କରୁଥିଲେ । ଗତକାଲି ରାତିରେ ଭୋଜି କରୁଥିଲେ । ନିଶାରେ ଝଗଡା ଲାଗି, ଅନ୍ୟ ୫ ଜଣ ତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି। ପ୍ରମାଣ ନଷ୍ଟ କରିବାକୁ ତାଙ୍କୁ ଛାତରୁ କପଡା ଗୋଡ଼ରେ ବାନ୍ଧି ତଳ ଡ୍ରେନକୁ ଫିଙ୍ଗି ଦେଇଥିବା ଜଣାପଡିଛି । ଟାଉନ ଥାନା ଅଧିକାରୀ ସଂଗ୍ରମ କେଶରୀ ପଟ୍ଟନାୟକ ସଦଳେବଳେ ପହଞ୍ଚି ୫ ଜଣଙ୍କୁ ଅଟକ ରଖିବା ସହ ତଦନ୍ତ ଚଳାଇଛନ୍ତି ।


Comments are closed, but trackbacks and pingbacks are open.