ଡ୍ୟାମ୍ରେ ବୁଡି ୩ ଯୁବକ ମୃତ

Get real time updates directly on you device, subscribe now.

ଗୁଣପୁର,(ବି.ବି.ନୁ୍ୟଜ୍): ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ଗାଧୋଇବା ବେଳେ ଡ୍ୟାମ୍ରେ ଚାଲିଯାଇଛି ୩ ଯୁବକଙ୍କ ଜୀବନ । ରାୟଗଡା ଜିଲ୍ଲା ପଦ୍ମପୁର ଥାନା ବଡନାଳ ଡ୍ୟାମ୍ରେ ଘଟିଛି ଏହି ଦୁଃଖଦ ଘଟଣା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତକମାନେ ହେଲେ କେ.ଅଭିଷେକ ଆଚାରୀ(୧୭), କେ.ବରୁଣ ଆଚାରୀ(୧୬)ଓ ସୁରେଶ କୁମାର ଚୌଧୁରୀ(୧୬) । ମୃତକଙ୍କ ମଧ୍ୟରୁ ୨ଜଣ ଡ୍ୟାମ୍ କୂଳରେ ଲୁହା ଚେନ୍ ଦ୍ୱାରା ବନ୍ଧାଯାଇଥିବା ଏକ ମାଛଧରା ଡଙ୍ଗାର ତାଲା ଭାଙ୍ଗି ଡଙ୍ଗାଟିକୁ ନେଇଯାଇଥିଲେ । ସେଥିରେ କଣାଟିଏ ଥିବାରୁ ପାଣି ପଶିଯାଇଥିଲା । ମଝି ଡ୍ୟାମ୍ରେ ଏହା ବୁଡି ଯାଇଥିଲା । ଅନ୍ୟ ଜଣେ ଯୁବକ ସେମାନଙ୍କୁ ରକ୍ଷା କରିବାକୁ ଯାଇ ବୁଡିଯାଇଥିବା କୁହାଯାଉଛି । ଆଜି ଗୁଣପୁର ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଛି । ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସଞ୍ଜୟକୁମାର ନାୟକ କହିଛନ୍ତି ।
ହୋଲିଖେଳ ସରିବା ପରେ ମଙ୍ଗଳବାର ମଧ୍ୟାହ୍ନରେ ପଦ୍ମପୁର ସହରର ଅଭିଷେକ, ସୁରେଶଙ୍କ ସହ ରାୟପୁରରୁ ଆସି ଗୁଣପୁରରେ ପଢୁଥିବା ବରୁଣ ଏକାଠି ମିଶି ଡ୍ୟାମକୁ ଗାଧୋଇବାକୁ ଯାଇଥିଲେ । କୂଳରେ ଥିବା ଡଙ୍ଗାଟିକୁ କାତ ମାରି ମାରି ମଝିକୁ ଯାଇଥିଲେ । ଡଙ୍ଗାଟି ବୁଡିଯିବାରୁ ପ୍ରଥମେ ଦୁଇଜଣ ବୁଡି ଯାଇଥିଲେ । ତୃତୀୟ ଯୁବକଜଣଙ୍କ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିବା ବେଳକୁ ସେ ମଧ୍ୟ ବୁଡି ଯାଇଥିବା ଦେଖଣାହାରୀଙ୍କ ଠାରୁ ସୂଚନା ମିଳିଛି । ପଦ୍ମପୁର ଦମକଳ ବାହିନୀ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲା । ସେତେବେଳକୁ ବହୁ ଡେରି ହୋଇଯାଇଥିଲା । ପଦ୍ମପୁର ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ସୌମ୍ୟକାନ୍ତ ପତି ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପଦ୍ମପୁର ଏ-୧ ଟେଲର କେ. ଅନନ୍ତଙ୍କ ଏକମାତ୍ର ପୁଅ ଅଭିଷେକଙ୍କ ମୃତୁ୍ୟ ଖବରକୁ ଅବିଶ୍ୱାସ କରି ପରିବାର ଲୋକେ ପଦ୍ମପୁରରୁ ଗୁଣପୁର ଡାକ୍ତରଖାନା ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତକ ସୁରେଶଙ୍କ ଘର ଜେନା କଲୋନୀରେ ଓ ବରୁଣ ପଦ୍ମପୁରରେ ଥିବା ମାମୁ ଘରୁ ଆସିଥିଲେ । ପିଲାମାନଙ୍କ ଦୁଃସାହସିକ କାମ ପାଇଁ ଏଭଳି ଅଘଟ ଘଟିଲା ବୋଲି ସ୍ଥାନୀୟ ତୋମ୍ବାଗୁଡା ସରପଞ୍ଚ ଚିତ୍ରସେନ ଗମାଙ୍ଗ କହିଛନ୍ତି । ଗ୍ରୀଷ୍ମଋତୁକୁ ବାଦ୍ଦେଲେ ବର୍ଷସାରା ଏହି ଡ୍ୟାମ୍ରେ ଅକାତକାତ ପାଣି ରହୁଛି । କୌଣସି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାନଯାଇ ଡ୍ୟାମ୍ ଭିତରକୁ ଛଡା ଯାଉଥିବାରୁ ଦୁର୍ଘଟଣା ଘଟୁଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ବ୍ଲକ ଅଧ୍ୟକ୍ଷ ରମାକାନ୍ତ ମାଝୀ, ବିଜେଡି ନେତା ଗୋଦାବରୀ ରାଉତ, ସରପଞ୍ଚ ପୂଣ୍ୟବତୀ ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons