ଢେଙ୍କାନାଳରୁ ଗୋରୁ ଚୋରି ଘଟଣା:ମୟୂରଭଞ୍ଜରୁ ୩ ଗିରଫ, ସ୍କର୍ପିଓ ଜବତ

Get real time updates directly on you device, subscribe now.

ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳ ରେଲୱେ ଷ୍ଟେସନ୍ ରୋଡ୍ସ୍ଥିତ ଏକ ଗାଡି ସୋ’ରୁମ୍ ସମ୍ମୁଖରୁ ଗତ ୩ ତାରିଖ ରାତିରେ ଗୋରୁ ଚୋରି ଘଟଣାର ପର୍ଦ୍ଧାଫାଶ୍ କରିଛି ଟାଉନ୍ ଥାନା ପୁଲିସ୍ । ଗୋରୁ ଚୋରିରେ ସଂପୃକ୍ତ ୩ ଜଣଙ୍କୁ ପୁଲିସ୍ ଗିରଫ କରିବା ସହ ସେମାନଙ୍କ ଦ୍ୱାରା ବ୍ୟବହୃତ ସ୍କର୍ପିଓ ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଦେଓଗାଁ ଗ୍ରାମର ଏସ୍. କେ. କୁର୍ବାନ୍ (୨୭), ଯଶିପୁର ଥାନା ବାକଲା ଗ୍ରାମର ଶେଖ୍ ଅବ୍ଦୁଲ୍ କଲାମ୍ (୫୯) ଓ ଗାଡି ଡ୍ରାଇଭର ରାଇରଙ୍ଗପୁର ଥାନା ତେଣ୍ଟାପଶି ଗ୍ରାମର ଗୁଲାମ୍ ମୁସ୍ତାଫା (୨୧) । ସେମାନଙ୍କୁ ବୁଧବାର କୋର୍ଟଚାଲାଣ କରାଯାଇଥିବା ନେଇ ଟାଉନ୍ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଢେଙ୍କାନାଳ ଏସ୍ଡିପିଓ ଶ୍ରୀହର୍ଷ ମିଶ୍ର ସୂଚନା ଦେଇଛନ୍ତି । ତେବେ ଘଟଣାର ମୁଖ୍ୟ ଅଭିଯୁକ୍ତ ଯଶିପୁର ଥାନା ବକଳା ଗ୍ରାମର ଶେଖ୍ ନାଜିର୍ ଓରଫ୍ ମାଛିଲା (୪୦) ଏବେ ବି ଫେରାର ରହିଛି । ତାକୁ ଗିରଫ କରିବାକୁ ଚଢ଼ାଉ ଜାରି ରହିଥିବା ଏସ୍ଡିପିଓ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।
ପୁଲିସ୍ ସୂଚନା ଅନୁସାରେ, ଗତ ୩ ତାରିଖ ରାତିରେ ଷ୍ଟେସନ ବଜାରସ୍ଥିତ ଏକ ଗାଡି ସୋ-ରୁମ୍ ବାରଣ୍ଡାରେ ଦୁଇଟି ଗାଈ ଶୋଇଥିଲେ । ରାତି ପ୍ରାୟ ୨ଟା ୧୫ ମିନିଟ୍ ସମୟରେ କିଛି ଦୁର୍ବୃତ୍ତ ଏକ ସ୍କର୍ପିଓ (ଓଆର୍୧୧ ଇ ୧୪୬୯)ରେ ଗୋଟିଏ ଗାଈକୁ ଭର୍ତ୍ତି କରି ନେଇ ପଳାଇଥିଲେ । ଚୋରି ଗାଈଟି ହାଟରୋଡ ଅଞ୍ଚଳର ପ୍ରଦୀପ କୁମାର ସାହୁଙ୍କର ବୋଲି ଜଣାପଡ଼ିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଥାନାରେ ଏ ସମ୍ପର୍କରେ କୌଣସି ଅଭିଯୋଗ ହୋଇନଥିଲା । ମାତ୍ର ଘଟଣା ପରଦିନ ଗାଈ ଚୋରିର ସିସିଟିଭି ଫୁଟେଜ୍ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିବାରୁ ପୁଲିସକୁ ସମାଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା । ଷ୍ଟେସନ୍ ରୋଡ୍ ଫାଣ୍ଡି ଅନତିଦୂରରେ ଏଭଳି ଘଟଣା ସମ୍ପର୍କରେ ପୁଲିସ ସାମାନ୍ୟ ଟେର୍ ନପାଇବା ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ସୃଷ୍ଟି କରିଥିଲା ।
ଏସ୍ପି ଅନୁପମା ଜେମ୍ସ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ ପାଇଁ ଟାଉନ୍ ଥାନାକୁ ନିଦେ୍ର୍ଧଶ ଦେଇଥିଲେ । ଫଳରେ ପୁଲିସ୍ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ପ୍ରକ୍ରିୟାକୁ ଜୋର୍ଦାର କରିଥିଲା । ଷ୍ଟେସନରୋଡ୍ ଫାଣ୍ଡିର କାର୍ଯ୍ୟରତ କନେଷ୍ଟବଳ ସଞ୍ଜିବ କୁମାର ରାଉତଙ୍କ ଅଭିଯୋଗ ଅନୁସାରେ ୮ ତାରିଖରେ ଟାଉନ୍ ଥାନାରେ ଏହି ମାମଲା ରୁଜ୍ଜୁ ହୋଇଥିଲା । ସିସିଟିଭି ଫୁଟେଜ୍ ଆଧାରରେ ସ୍କର୍ପିଓ ମୟୂରଭଞ୍ଜ ଅଞ୍ଚଳର ବୋଲି ପୁଲିସ ଜାଣିବାକୁ ପାଇଥିଲା । ଟାଉନ୍ ଥାନା ଅଧିକାରୀ ଜ୍ଞାନରଞ୍ଜନ ସାମଲ, କାଲଟାr ଫାଣ୍ଡି ଅଧିକାରୀ ରସାନନ୍ଦ ନାୟକ, କନେଷ୍ଟବଳ ଅଜୟ କୁମାର ସ୍ୱାଇଁ ଏବଂ ଏପିଆର୍ ଫୋର୍ସ ସହ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ । ସେଠାରୁ ଗାଈ ଚୋରିରେ ବ୍ୟବହାର ସ୍କର୍ପିଓର ପୂର୍ବ ମାଲିକ ଏସ୍କେ କୁର୍ବାନ୍ ଓ ଶେଖ୍ ଅବ୍ଦୁଲ୍ କଲାମ୍ ଏବଂ ଗାଡିର ଡ୍ରାଇଭର ଗୁଲାମ୍ ମୁସ୍ତାଫା (୨୧)ଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ପୁଲିସ । ମୁସ୍ତାଫାଙ୍କ ଘର ବାଡ଼ିପଟରୁ ସଂପୃକ୍ତ ଗାଡିକୁ ପୁଲିସ୍ ଜବତ କରିଥିଲା । ଶେଖ୍ କୁର୍ବାନ୍ ଏହି ଗାଡ଼ିକୁ ଶେଖ୍ ଅବ୍ଦୁଲ କଲାମ୍ଙ୍କୁ ବିକ୍ରି କରିଥିଲେ । ପରେ ସେ ଏହି ଗାଡ଼ିକୁ ଯଶିପୁର ଥାନା ବକଳା ଗ୍ରାମର ଶେଖ୍ ନାଜିର୍ ଓରଫ୍ ମାଛିଲା (୪୦)ଙ୍କୁ ବିକ୍ରି କରିଥିଲା । ତେବେ ଗାଡ଼ିର ମାଲିକାନା ସ୍ୱତ୍ୱ ପରିବର୍ତ୍ତନ ହୋଇନଥିଲା । ଘଟଣାରେ ସମ୍ପୃକ୍ତ ଗାଡ଼ିର ତୃତୀୟ ମାଲିକ ତଥା ମୁଖ୍ୟ ଅଭିଯୁକ୍ତ ଶେଖ ନାଜିର୍ ଫେରାର୍ ରହିଛି । ଏଥିରେ ୩ରୁ ୪ ଜଣ ଅଭିଯୁକ୍ତ ସମ୍ପୃକ୍ତ ରହିଛନ୍ତି । ଅଭିଯୁକ୍ତମାନେ ବିଭିନ୍ନ ସ୍ଥାନ ବୁଲି ବୁଲା ଗାଈଗୋରୁକୁ ଦିନରେ ଠାବ କରିବା ପରେ ରାତିରେ ସ୍କର୍ପିଓରେ ଉଠାଇ ନେଇ ଯାଉଥିଲେ । ଚୋରି କରି ଆଣିଥିବା ଗାଈକୁ ବିଭିନ୍ନ ହାଟ ଅଥବା ରାଜ୍ୟ ବାହାରକୁ ଚାଲାଣ କରୁଥିଲେ ବୋଲି ପୁଲିସ ତଦନ୍ତରୁ ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons