
ବାଲେଶ୍ୱର,(ବି.ବି.ନୁ୍ୟଜ): ବାଲେଶ୍ୱର ଜିଲ୍ଲା ଖଇରା ଥାନା ସାରୁଗାଁ ଗ୍ରାମରୁ ନିଖୋଜ ହୋଇଯାଇଥିବା ଜଣେ ନାବାଳିକାଙ୍କ ମୃତଦେହ ରବିବାର ଢେଙ୍କାନାଳ ଅଞ୍ଚଳରୁ ମିଳିଥିବା ଜଣାପଡ଼ିଛି । ଖଇରା ପୁଲିସର ଅବହେଳା ଯୋଗୁଁ ନାବାଳିକାର ମୃତୁ୍ୟ ହୋଇଥିବା ଅଭିଯୋଗ କରି ଥାନା ଘେରିଲେ ପରିବାରର ସଦସ୍ୟ ଏବଂ ଗ୍ରାମବାସୀ । ନିଖୋଜର ୪ଦିନ ପରେ ଢେଙ୍କାନାଳ ଅଞ୍ଚଳରୁ ମୃତଦେହ ମିଳିବା ଘଟଣା ଏବେ ଖଇରା ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାରୁ ପ୍ରକାଶ, ଖଇରା ଥାନା ଅଧୀନ ସାରୁଗାଁ ଗ୍ରାମର ଅଭିମନୁ୍ୟ ସାମଲଙ୍କ ଝିଅ ପ୍ରିୟଙ୍କା ପ୍ରିୟଦର୍ଶିନୀ ଗତ ଏପ୍ରିଲ ୧ ତାରିଖ ସକାଳେ ଘରୁ କୌଣସି କାମରେ ଖଇରା ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସାଇକେଲ ଯୋଗେ ଆସିଥିଲେ । ହେଲେ ଘରକୁ ଫେରିବା ବିଳମ୍ବ ହେବାରୁ ପରିବାରର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ । କଣ୍ଟାପଡ଼ା ଛକ ନିକଟରେ ତାଙ୍କ ସାଇକେଲ ପଡ଼ିଥିବାର ଦେଖିଥିଲେ । ପରେ ପ୍ରିୟଙ୍କାଙ୍କ ବାପା ଅଭିମନୁ୍ୟ ପୂର୍ବ ଶତ୍ରୁତାରୁ ଔପଦା ଥାନା ମଣିଚୁଆ ଶାସନର ଗୌରହରି ଦାସ ତାଙ୍କ ଝିଅକୁ ଅପହରଣ କରିନେଇଥିବା ସନେ୍ଦହ କରି ଖଇରା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ହେଲେ ରବିବାର ଢେଙ୍କାନାଳ ଜିଲ୍ଲାରେ ପିୟଙ୍କାଙ୍କ ମୃତଦେହ ମିଳିଥିବା ନେଇ ଖଇରା ପୁଲିସ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକଙ୍କ ସମେତ ଗ୍ରାମବାସୀମାନେ ଖଇରା ଥାନାରେ ପହଞ୍ଚି ପୁଲିସର ଅବହେଳା ଯୋଗୁଁ ପ୍ରିୟଙ୍କାଙ୍କ ମୃତୁ୍ୟ ହୋଇଥିବା ଅଭିଯୋଗ ଆଣିଥିଲେ । ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀମାନେ ନ୍ୟାୟ ଦାବିରେ ଥାନା ଘେରିବା ସହିତ ହୋହଲ୍ଲା କରିଥିଲେ ।
ସୂଚନାରୁ ପ୍ରକାଶ, ପ୍ରିୟଙ୍କା ଖଇରା ମହାବିଦ୍ୟାଳୟର ୍ମ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଭାବେ ଅଧ୍ୟୟନ କରନ୍ତି । ତା ୨୫ । ୦୧ । ୨୦୨୦ ରିଖ୍ରେ ସେ ଘରୁ କଲେଜ ଆସୁଥିବାବେଳେ କଣ୍ଟାପଡ଼ା ଛକ ନିକଟରେ ଔପଦା ଥାନା ମଣିଚୁଆ ଶାସନର ଗୌରହରି ଦାସଙ୍କ ପୁଅ ସୁବାସ ତାଙ୍କୁ କଲେଜ ଛାଡ଼ିଦେବା କଥା କହି ବାଇକ୍ ଯୋଗେ ଆଣିଥିଲେ । ହେଲେ କଲେଜରେ ଛାଡ଼ିବା ପରିବର୍ତ୍ତେ ଜୋରଜବରଦସ୍ତ ଔପଦା ଥାନା ଅଧୀନସ୍ଥ ଷୋହଳଭଉଣୀ ଜଙ୍ଗଲକୁ ନେଇ ବଳାକ୍ରାର କରିବା ସହିତ ଅଶ୍ଳୂୀଳ ଭିଡିଓ ଓ ଫଟୋ ଉତ୍ତୋଳନ କରିଥିଲେ । ପରେ ଏହି ଭିଡିଓ ଓ ଫଟୋକୁ ଭାଇରାଲ କରିବାର ଧମକ ଦେଇ ପ୍ରିୟଙ୍କାଙ୍କୁ ଦେଢଲକ୍ଷ ଟଙ୍କା ଦାବି କରିଥିଲେ । ନାବାଳିକା ଭୟଭୀତ ହୋଇ ବାପା ଧାନ ବିକ୍ରି କରି ରଖିଥିବା ଟଙ୍କାରୁ ୯୦ହଜାର ଟଙ୍କା ଆଣି ଉକ୍ତ ଯୁବକକୁ ତା୦୪ । ୦୩ । ୨୦୨୧ ରିଖ୍ରେ ଦେଇଥିଲେ । ହେଲେ ବାକି ଟଙ୍କା ନ ଦେଲେ ଜୀବନରୁ ମାରିଦେବା ସହିତ ରଖିଥିବା ଭିଡିଓ ଓ ଫଟୋକୁ ଭାଇରାଲ କରିଦେବେ ବୋଲି ଧମକ ଦେଇଥିଲେ । ପରେ ପ୍ରିୟଙ୍କା ନିରୁପାୟ ହୋଇ ସମସ୍ତ ଘଟଣା ବିଷୟରେ ଖଇରା ଥାନରେ ଗତ ମାର୍ଚ୍ଚ ୬ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ଖଇରା ପୁଲିସ ଅଭିଯୁକ୍ତ ସୁବାସ ଦାସକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ଏ ଘଟଣାକୁ ସମାଧାନ କରିବା ପାଇଁ ଯୁବକଙ୍କ ବାପା ମୃତ ନାବାଳିକାଙ୍କ ପରିବାରର ଲୋକଙ୍କୁ କହିଥିଲେ । ହେଲେ ପରିବାରର ଲୋକେ ତାଙ୍କ କଥାରେ ଅରାଜି ହେବାରୁ ଯୁବକଙ୍କ ବାପା ପ୍ରିୟଙ୍କାକୁ ଅପହରଣ କରି ମାରିଦେଇଥିବା ନେଇ ପ୍ରିୟଙ୍କାଙ୍କ ବାପା ଅଭିଯୋଗ କରିଛନ୍ତି । ଏବେ ଯୁବକ ଜଣଙ୍କ ଜେଲରେ ଥିବା ସୂଚନା ମିଳିଛି । ଝିଅର ନିଖୋଜ ହେବା ପରେ ପରିବାର ଲୋକେ ଖଇରା ଥାନା ସମେତ ମୋ ସରକାରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନନେବାରୁ ଝିଅର ମୃତୁ୍ୟ ହୋଇଥିବା ନେଇ ପରିବାର ସମେତ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏହାସହିତ ରବିବାର ରାତ୍ରି ସୁଦ୍ଧା ଯଦି ଅଭିଯୁକ୍ତଙ୍କୁ ଧରା ନଯାଏ, ତା’ହେଲେ ଆସନ୍ତାକାଲି ଝିଅର ମୃତଶରୀରକୁ ଥାନା ସମ୍ମୁଖରେ ରଖି ଧାରଣାରେ ବସିବେ ବୋଲି ପରିବାର ସମେତ ଗ୍ରାମବାସୀମାନେ ଚେତବାନୀ ଦେଇଛନ୍ତି । ଏ ବିଷୟରେ ଖଇରା ଥାନାର ଆଇଆଇସି ସୁବ୍ରତ କୁମାର ବେହେରାଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ ଘଟଣାର ତଦନ୍ତ ଚାଲିଛି, ନାବାଳିକାଙ୍କ ମୃତଦେହ ଘରେ ପହଞ୍ଚି ନାହିଁ । ମୃତଦେହ ଘରେ ପହଞ୍ଚିବା ପରେ ଢେଙ୍କାନାଳ ପୁଲିସର ତଦନ୍ତ ରିପୋର୍ଟ ଓ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ତଦନ୍ତ ଆଗକୁ ବଢିବ । ଅଭିଯୁକ୍ତ ଦଣ୍ଡିତ ହେବ ବୋଲି ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.