ଢ଼େଙ୍କାନାଳ: ୩ ବର୍ଷର ଶିଶୁକୁ ଦୁଷ୍କର୍ମ କରିଥିବା ମାମଲାର ଶୁକ୍ରବାର ଢେଙ୍କାନାଳର ସ୍ବତନ୍ତ୍ର ପୋସ୍କୋ ଅଦାଲତ ରାୟ ଶୁଣାଣୀ କରିଛନ୍ତି । ଏହି ମାମଲାର ବିଚାର କରି ଢେଙ୍କାନାଳ ଜିଲ୍ଲା ସୁରଭି ଗ୍ରାମର କାଳନ୍ଦିୀ ସ୍ବାଇଁକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଫଳରେ କାଳନ୍ଦୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ହଜାର ଟଙ୍କା ଜୋରିମାନା କରାଯାଇଛି ।
ଗତ ୨୦୧୫ ମସିହା ଅଗଷ୍ଟ ୮ତାରିଖରେ କାଳନ୍ଦୀ ତାର ଜଣେ ସଂପର୍କୀୟର ୩ ବର୍ଷର ଶିଶୁକୁ ଡାକି ନେଇ ଅନୈତିକ କାର୍ୟ୍ୟ କରିଥିଲା। ଫଳରେ ଶିଶୁ ଗୁରୁତର ହୋଇ ଢେଙ୍କାନାଳ ଡାକ୍ତରଖାନାରେ ଭର୍ତି ହୋଇଥିଲା। ପରେ ଶିଶୁର ପରିବାର ପକ୍ଷରୁ ଅଭିଯୋଗ ପରେ ମୋଟଙ୍ଗା ଥାନା ପୋଲିସ ଏକ ମାମଲା ରୁଜୁ କରି କାଳନ୍ଦୀକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
Comments are closed, but trackbacks and pingbacks are open.