ଢେ଼ଙ୍କାନାଳରେ ଦୁଇ କରୋନା ଯୋଦ୍ଧାଙ୍କୁ ଆକ୍ରମଣ

Get real time updates directly on you device, subscribe now.

ଢେ଼ଙ୍କାନାଳ,(ବି.ବି.ନୁ୍ୟଜ୍): ଢେ଼ଙ୍କାନାଳ ଜିଲ୍ଲାରେ ଦୁଇ ଜଣ କରୋନା ଯୋଦ୍ଧାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସେମାନେ ହେଲେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ସୁରକ୍ଷାକର୍ମୀ ଓ ହିନେ୍ଦାଳନ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତର ସରପଞ୍ଚ ଶ୍ରୀକାନ୍ତ ବେହେରା । ସୂଚନା ଅନୁସାରେ , ଶୁକ୍ରବାର ବିଳମ୍ବିତ ରାତିରେ ଢେ଼ଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜଣେ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରାଯାଇଥିଲା । ସ୍ଥାନୀୟ ଯୁବକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯାଉନ୍ଥାନା ପୋଲିସ ଘଟଣାର ତଦନ୍ତ କରୁଛି । ସେହିପରି ଶୁକ୍ରବାର ରାତିରେ ହିନେ୍ଦାଳନ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତର ସରପଞ୍ଚ ଶ୍ରୀକାନ୍ତ ବେହେରାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । କ୍ୱାରେଣ୍ଟାଇନ୍ ସେଣ୍ଟଟରରେ ପ୍ରବାସୀ ଓଡ଼ିଆଙ୍କୁ ରଖିବାକୁ କେନ୍ଦ୍ର କରି କିଛି ଯୁବକ ତାଙ୍କୁ ଆକ୍ରମଣ କରିଥିଲେ । ଏନେଇ ସରପଞ୍ଚ ରାସୋଳ ଥାନାରେ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons