ତଣ୍ଟିଚିପି ସଉତୁଣୀକୁ ହତ୍ୟା:ମହିଳାଙ୍କ ଆତ୍ମସମର୍ପଣ

Get real time updates directly on you device, subscribe now.

ନୂଆପଡ଼ା,(ବି.ବି.ନୁ୍ୟଜ୍): ପ୍ରତିଦିନ ଝଗଡା ହେଉଥିଲା । ଧସ୍ତାଧସ୍ତିରେ ଶୁକ୍ରବାର ମୋ ସଉତୁଣୀଙ୍କ ଜୀବନ ଚାଲିଯାଇଛି, ଆପଣ ଆସନ୍ତୁ ଓ ମୋତେ ଗିରଫ କରନ୍ତୁ ବୋଲି ପୁଲିସକୁ ଫୋନ କରିଥିଲେ ଜଣେ ମହିଳା । ପାରିବାରିକ କଳହର ଏକ କରୁଣ ପରିଣତି ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖରିଆରରୋଡ ସହରର ୱାଡ-୧୯ ଅହିରପଡ଼ାରେ । ଘରୋଇ କଳହରୁ ନିଜ ସଉତୁଣୀକୁ ତଣ୍ଟିଚିପି ହତ୍ୟା କରିଛି ।
ଖରିଆରରୋଡ ସହରର ୱାଡ ନଂ ୧୯ରେ ରୁହନ୍ତି କମଳ ସାହୁ(୩୫) । ଗତ ୭ବର୍ଷ ତଳେ ପ୍ରତିମାଙ୍କୁ ବିବାହ କରିଥିଲେ । ସ୍ତ୍ରୀ ପ୍ରତିମା(୩୦), ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ତାଙ୍କ ପରିବାର । କମଳ ଗାଡି ଚଳାଇ ନିଜ ପରିବାର ପ୍ରତିପୋଷଣ କରନ୍ତି । ଗତ ୩ବର୍ଷ ତଳେ ରିଙ୍କି ବରିହା ନାମକ ଜଣେ ଯୁବତୀଙ୍କୁ ପ୍ରେମବିବାହ କରିଥିଲେ । ତେବେ ପ୍ରତିମା ତାଙ୍କ ଘରେ ପଶାଇ ନଦେବାରୁ ହସ୍ପିଟାଲ ପଛପଟେ ଭଡାରେ ରଖୁଥିଲେ । ରିଙ୍କି ନିଜ ସ୍ୱାମୀ କଲମଙ୍କୁ ବିଭିନ୍ନ ସମୟରେ ତାଙ୍କ ଘରକୁ ନେଇ ରଖିବାକୁ ଜିଦ୍ କରୁଥିଲେ । ଫଳରେ ଉଭୟ ସଉତୁଣୀଙ୍କ ମଧ୍ୟରେ କଳିଝଗଡା ହେଉଥିଲା । ଗତକାଲି ସନ୍ଧ୍ୟାରେ କମଳ ଘରକୁ ଆସି କିଛି ରାସନ ସାମଗ୍ରୀ ଛାଡି ଚାଲିଯାଇଥିଲେ । ପରେ ରିଙ୍କି ତାଙ୍କ ଘରକୁ ଆସିଥିଲା । ଉଭୟଙ୍କ ମଧ୍ୟରେ ପୁଣି ଝଗଡା ହୋଇଥିଲା । ବିଳମ୍ବିତ ରାତିରେ ପ୍ରତିମା ନିଜ ପିଲାଛୁଆକୁ ଅନ୍ୟ କୋଠରୀକୁ ଶୋଇବାକୁ ନେଇଥିଲେ । ଏହାସତ୍ତେ୍ୱ ଉଭୟଙ୍କ ମଧ୍ୟରେ ଝଗଡା ଲାଗି ରହିଥିଲା । ରାତି ପ୍ରାୟ ୩ଟାରେ ଉଭୟଙ୍କ ଝଗଡା ବଢି ଯାଇଥିଲା । ଦୁହିଁଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହି ସମୟରେ ପ୍ରତିମା ଏକ ଶାଢିକୁ ଧରି ରିଙ୍କିଙ୍କ ଗଳାରେ ବାନ୍ଧି ଦେଇ ଟାଣି ଦେଇଥିଲେ । ଏଥିରେ ରିଙ୍କିଙ୍କ ମୃତୁ୍ୟ ହୋଇଥିଲା । ଆଜି ଭୋର ସକାଳୁ ପ୍ରତିମା ଜୋଙ୍କ ଥାନା ଏସଆଇ ଭାରତୀ ନାଏକଙ୍କୁ ଫୋନରେ ନିଜ ସଉତୁଣୀକୁ ହତ୍ୟା କରିଥିବା ଜଣାଇଥିଲେ ।
ମଧ୍ୟାହ୍ନରେ ଏସଆଇ ଭାରତୀ ନାଏକ ଏକ ପୁଲିସ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅଭିଯୁକ୍ତ ସଉତୁଣୀ ପ୍ରତିମାଙ୍କୁ ଥାନାକୁ ନେଇଥିଲେ । ଖବର ପାଇ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ, ଜୋଙ୍କ ଆଇଆଇସି ଅନିରୁଦ୍ଧ ମୁଦୁଲି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଖବର ପାଇ ସ୍ୱାମୀ କମଲ ଘରକୁ ଫେରି ତଦନ୍ତ ପ୍ରକ୍ରିୟାରେ ପୁଲିସକୁ ସହଯୋଗ କରିଥିଲେ । ଅପରାହ୍ନରେ ଜୋଙ୍କ ପୁଲିସ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏନେଇ ଜୋଙ୍କ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପ୍ରତିମାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ମା’ଙ୍କ ମୃତୁ୍ୟ ପରେ ଏବେ ୩ ଶିଶୁ ଅସହାୟ ହୋଇପଡିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons