ସାନଖେମୁଣ୍ଡି, (ବି.ବି.ନୁ୍ୟଜ୍): ରାୟଗଡ଼ାରୁ ପଶ୍ଚିମବଙ୍ଗ ଯାଉଥିବା ଏକ କପା ବୋଝେଇ ଟ୍ରକ ସୋମବାର ମଧ୍ୟାହ୍ନରେ ଭାରସାକ୍ୟ ହରାଇ ତପ୍ତପାଣି ଘାଟିରେ ଓଲଟି ପଡ଼ିଛି । ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଡ୍ରାଇଭର ଓ ହେଲପର । ମୁଖ୍ୟ ରାସ୍ତା ପାଶ୍ୱର୍କୁ ଖସି ପଡ଼ିଥିଲା ଏହି ଟ୍ରକ । ପରେ କପା ବସ୍ତା ଗୁଡିକ ରାସ୍ତା ଉପରେ ପଡ଼ି ରହିଥିଲା । ପାଟପୁର ଥାନା ଅନ୍ତର୍ଗତ ପୋଡ଼ାମାରି ଫାଣ୍ଡି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି । ଡ୍ରାଇଭରର ଅସାବଧାନତା ଯୋଗୁଁ ଦୁର୍ଘଟଣା ଘଟିଥିବା ପୁଲିସ କହିଛି । ଏନେଇ ପାଟପୁର ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ ।
Comments are closed, but trackbacks and pingbacks are open.